ତାରାପ୍ରସାଦ ଜେନା

ଚିତ୍ରଲେଖା ତୁମେ ନିରିମାଖୀ ହେଲ
ଧୋକଡ଼ି ପଣତ ଲାଜ
ଶୁଖିଲା ଗେଲରେ ଆଖିର ଓଦାକୁ
କଅଁଳ ଗେଲେଇ ସଜ ।

ଶାନ୍ତିର ମନ୍ତ୍ରରେ ଘରର ଦିଅଁଙ୍କୁ
ପୂଜାରେ ଲାଗିଚ ବେଶି
ଅଶାନ୍ତି ରାଗକୁ କେହି ବି ଦେଖିନି
ପାଇଛ ବରକୁ ଖୁସି ।

ବାହାର ପଡ଼ିଶା ଖୋଜନ୍ତି ମନର
ଶରଧା ମଣିଷ ଜ୍ଞାନ
ଧନରେ ନହେଉ ଆହାରେ ପଦକୁ
ସତରେ ବନିଚ ଧନ ।

ଅଗଣା ଖଞ୍ଜାରେ ମାଇପି ମେଳାପୀ
ବୁଝିଲା ପାରିଲା ଖେଳ
ନଖାଇ ପଛକେ ପୂରିଲା ପେଟକୁ
ଭାତକୁ ଖାଇଛ ଝୋଳ ।

ଅଭାବୀ ସହରେ ଭାବର ଭ୍ରମଣ
କିଏ ସେ ନୁହଁଇ ସରି
ଲୁହର ଦାଗରୁ ହସର ଝଲକ
ଦେଖିବା ଚାତୁରୀ ପରି ।

ସା.-ରଣପୁର (ଗୋଡ଼ିପାଟଣା ସାହି), ଡାକ- ରାଜ ରଣପୁର, ୭୫୨୦୨୬, ଦୂରଭାଷ-୯୩୪୮୦୫୪୩୦୦

ଲେଖକ ପରିଚୟ

ଗୀତି କବିତାରେ ଆଧୁନିକ ବିଷୟ ବସ୍ତୁକୁ ସହଜ ସାବଲୀଳ ଢଙ୍ଗରେ ଉପସ୍ଥାପିତ କରିବାରେ ଗଭୀର ବିଶ୍ଵାସୀ । ଲୋକଗୀତ ଢାଞ୍ଚାରେ ଗୀତ ଲେଖି ପୁନଶ୍ଚ ଲୋକଗୀତର ପ୍ରକାଶ ଧାରାକୁ ଉଜ୍ଜୀବିତ କରିବାରେ ସତତ ଚେଷ୍ଟିତ । ଶିଶୁ ସାହିତ୍ୟରେ ମଧ୍ୟ ଜଣେ ସଫଳ ଲେଖକ । ଓଡ଼ିଆ ବର୍ଣ୍ଣବୋଧକୁ ଯଥୋଚିତ ସମ୍ମାନ ଦେବାରେ ଅଙ୍ଗୀକାର ବଦ୍ଧ !

Related Posts

One thought on “ଚିତ୍ରଲେଖା

  1. ଚିତ୍ରଲେଖା ବେଶ୍ ହୃଦୟସ୍ପର୍ଶୀ ଓ ମନମୁଗ୍ଧକର। କବିଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

Leave a Reply

Your email address will not be published. Required fields are marked *