ତାରାପ୍ରସାଦ ଜେନା

ଝରାଫୁଲ ଝରିଗଲା ଦେଇଗଲା ବାସ
କମନୀୟ ରୂପ ଗୁଣ ହୋଇନାହିଁ ଶେଷ
………ଝରାଫୁଲ ଝରିଗଲା ……..! ୦ !

ଏଇ ମନ ସାଇତିଛି ଆପଣାର ପରି
ପର ବୋଲି ଭାବିନାହିଁ କେବେ ହତଶିରୀ,
ଜୀବନକୁ ଛୁଇଁଥିଲା ସିଏ ମଧୁମାସ
ନୟନର ତନ୍ଦ୍ରାଳସ ଅପରୂପ ବେଶ
………ଝରାଫୁଲ ଝରିଗଲା ……..! ୧ !

ରଙ୍ଗହୀନ ହୋଇନାହିଁ ଇନ୍ଦ୍ରଧନୁ ଶୋଭା
ମନୋହାରୀ ଗଜରାରେ ବଢ଼ାଇଛି ଗଭା,
ନୃତ୍ୟରତା ଅପସରୀ କୁହୁକିନୀ ବଶ
ମନ ତଳେ ଚିତ୍ରଲେଖା ଧାରେ ସରୁ ହସ
………ଝରାଫୁଲ ଝରିଗଲା ……..! ୨ !

ମୃଗତୃଷ୍ଣା ମରୁଝର ଉଶ୍ଵାସର ପ୍ରାଣ
ମାୟା ମୋହ ଦୁନିଆରେ ବିଶ୍ଵାସର ରାଣ,
ଚିନ୍ତାଶୂନ୍ୟ କାଇଦାକୁ ଅନୁରାଗ ତୋଷ
ସ୍ମୃତି ଲୟ ଶବଦକୁ ପ୍ରୀତିମୟ ଭାଷ
………ଝରାଫୁଲ ଝରିଗଲା ……..! ୩ !

ସା.-ରଣପୁର (ଗୋଡ଼ିପାଟଣା ସାହି), ଡାକ- ରାଜ ରଣପୁର, ୭୫୨୦୨୬, ଦୂରଭାଷ-୯୩୪୮୦୫୪୩୦୦

ଲେଖକ ପରିଚୟ

ଗୀତି କବିତାରେ ଆଧୁନିକ ବିଷୟ ବସ୍ତୁକୁ ସହଜ ସାବଲୀଳ ଢଙ୍ଗରେ ଉପସ୍ଥାପିତ କରିବାରେ ଗଭୀର ବିଶ୍ଵାସୀ । ଲୋକଗୀତ ଢାଞ୍ଚାରେ ଗୀତ ଲେଖି ପୁନଶ୍ଚ ଲୋକଗୀତର ପ୍ରକାଶ ଧାରାକୁ ଉଜ୍ଜୀବିତ କରିବାରେ ସତତ ଚେଷ୍ଟିତ । ଶିଶୁ ସାହିତ୍ୟରେ ମଧ୍ୟ ଜଣେ ସଫଳ ଲେଖକ । ଓଡ଼ିଆ ବର୍ଣ୍ଣବୋଧକୁ ଯଥୋଚିତ ସମ୍ମାନ ଦେବାରେ ଅଙ୍ଗୀକାର ବଦ୍ଧ !

Related Posts

Leave a Reply

Your email address will not be published. Required fields are marked *