ନିୟମାବଳୀ

www.odishasahitya.comରେ ନିଜ ଲେଖା ପ୍ରକାଶିତ କରିବାର ନିୟମାବଳୀ

  • ଏହି ଡିଜିଟାଲ୍ ଯୁଗରେ ଓଡିଆ ଭାଷା ଏବଂ ସାହିତ୍ୟକୁ ମଜଭୁତ କରିବାକୁ www.odishasahitya.com ହେଉଛି ଏକ ଅନଲାଇନ୍ ପ୍ରୟାସ |
  • ଓଡିଆ ଭାଷାରେ ଗଳ୍ପ, କାହାଣୀ, ଫିଚର, କବିତା, ପୁସ୍ତକ ସମୀକ୍ଷା, ପ୍ରବନ୍ଧ, ଅନୁବାଦ ଲେଖା, ଓଡିଆ ଭାଷା ଓ ସାହିତ୍ୟ ସମ୍ବନ୍ଧୀୟ ଆଲୋଚନା ଏବଂ ସାହିତ୍ୟ ଖବର ଆଦି ଏହି ଅନଲାଇନ୍ ପ୍ଲାଟଫର୍ମରେ ପ୍ରକାଶିତ ହୋଇଥାଏ |
  • ଏହା ଏକ ଅନଲାଇନ୍ ପ୍ଲାଟଫର୍ମ ହୋଇଥିବାରୁ ଲେଖକ/ଲେଖିକାମାନେ ଯେ କୌଣସି ସମୟରେ ସେମାନଙ୍କ ଲେଖା editor@odishasahitya.com ରେ ପଠାଇ ପାରିବେ | ଏହା ନିମନ୍ତେ କୌଣସି ସମୟ ସୀମା ନାହିଁ |
  • ଲେଖାଗୁଡିକ କେବଳ ଇ-ମେଲ (editor@odishasahitya.com)ରେ କିମ୍ବା ୱେବସାଇଟରେ ଥିବା ‘ଲେଖା ପଠାନ୍ତୁ’ ବଟନ୍ ଦ୍ୱାରା ପଠାଇବାକୁ ଅନୁରୋଧ |
  • ଲେଖାଗୁଡିକ ଆକୃତି କିମ୍ବା ୟୁନିକୋଡ଼ ଫଣ୍ଟରେ ଟାଇପ୍ ହୋଇଥିବା ଆବଶ୍ୟକ | ଲେଖକ/ଲେଖିକାମାନେ ସ୍ପଷ୍ଟ ଅକ୍ଷରରେ କାଗଜରେ ଲେଖା ହୋଇଥିବା ସେମାନଙ୍କ ଲେଖାକୁ ସ୍କାନ କରି ମଧ୍ୟ ପଠାଇ ପାରିବେ | ସ୍କାନ ହୋଇଥିବା ଲେଖାଗୁଡିକ .pdf ବା .jpeg ଫାଇଲ ହୋଇଥିବା ଆବଶ୍ୟକ | ଲେଖା ସମ୍ବନ୍ଧୀୟ ଫଟୋ ମଧ୍ୟ ପଠାଇବାକୁ ଅନୁରୋଧ |
  • ଲେଖକ/ଲେଖିକାମାନେ ନିଜ ନିଜର ରଙ୍ଗୀନ ଫଟୋ, ଲେଖକ ପରିଚୟ (୫୦-୧୦୦ ଶବ୍ଦ ମଧ୍ୟରେ), ଠିକଣା, ଫୋନ୍ ନମ୍ବର, ଇ-ମେଲ ସହିତ ଲେଖା ପଠାଇବା ଦରକାର | ଲେଖକ/ଲେଖିକାମାନେ ନିଜର ସୋସିଆଲ ମିଡ଼ିଆ (facebook ଓ twitter) ପ୍ରୋଫାଇଲ ଠିକଣା ମଧ୍ୟ ଦେଇ ପାରିବେ |
  • ଲେଖା ପ୍ରକାଶ ପାଇବା ପରେ ଏହାର ଲିଙ୍କ୍ ସମ୍ପୃକ୍ତ ଲେଖକ/ଲେଖିକାଙ୍କୁ ଇ-ମେଲ / ମୋବାଇଲ ମାଧ୍ୟମରେ ଜଣାଇ ଦିଆଯିବ |
  • ଓଡିଶାସାହିତ୍ୟ.କମ୍ ରେ ପ୍ରକାଶିତ ହୋଇଥିବା ଲେଖା ସମ୍ପୃକ୍ତ ଲେଖକଲେଖିକାଙ୍କର ସମ୍ପୂର୍ଣ ନିଜସ୍ୱ ବିଚାର ଓ ମତ | OdishaSahitya.com ର କୌଣସି କର୍ତ୍ତୃପକ୍ଷ ସେଥିପାଇଁ ଦାୟୀ ହେବେନାହିଁ |
  • OdishaSahitya.com ରେ ପ୍ରକାଶିତ ସମସ୍ତ ଲେଖାର ସତ୍ତ୍ଵ ସମ୍ପୃକ୍ତ ଲେଖକଲେଖିକାଙ୍କର |
  • ସମ୍ପାଦକ/ସମ୍ପାଦନା ମଣ୍ଡଳୀର ସମୀକ୍ଷା ଓ ଅନୁମତି ପରେ ହିଁ ଲେଖା ପ୍ରକାଶ ପାଇବ | ଏ ସମ୍ପର୍କରେ ସମ୍ପାଦକ/ସମ୍ପାଦନା ମଣ୍ଡଳୀର ନିଷ୍ପତ୍ତି ଚୂଡାନ୍ତ |

ସମ୍ପାଦକ,
OdishaSahitya.com