ଇଂରାଜୀ ଗଳ୍ପ ରଚନାରେ ଯୁବ ଲେଖିକା ମହିମା ଗନ୍ତାୟତଙ୍କ ପ୍ରଥମ ସ୍ଥାନ

ଭୁବନେଶ୍ଵର : ରାୟଗଡ଼ାର ଯୁବ ଲେଖିକା ମହିମା ଗନ୍ତାୟତ ଜାତୀୟସ୍ତରୀୟ ପ୍ରଫିସିଏଣ୍ଟ ଆୱାର୍ଡସ୍‌ ୨୦୨୫ରେ ଇଂରାଜୀ ଗଳ୍ପ ରଚନା ବର୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି । ମୁମ୍ବାଇର ଥାନେ ସ୍ଥିତ ‘ପୋଏଟିକ୍ ଏସେନ୍ସ ପବ୍ଲିକେସନ୍’ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଅଛି ।

ସୂଚନା ଥାଉ ଯେ ଛାତ୍ର ଜୀବନରୁ ହିଁ ସାହିତ୍ୟ ପ୍ରତି ଗଭୀର ଅନୁରାଗ ଓ ପ୍ରତିଭାର ପରିଚୟ ଦେଇ ଆସିଥିବା ମହିମା ବର୍ତ୍ତମାନ ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଇଂରାଜୀ ସମ୍ମାନ ସହ କଳା ସ୍ନାତକ ପ୍ରଥମ ବର୍ଷରେ ଅଧ୍ୟୟନରତା । ଉଭୟ ଇଂରାଜୀ ଓ ହିନ୍ଦୀ ସାହିତ୍ୟରେ ସୃଜନଶୀଳ ରଚନା କ୍ଷେତ୍ରରେ ସାଫଲ୍ୟ ସହିତ ବକ୍ତୃତା, କବିତା ଆବୃତ୍ତି ଓ ମଞ୍ଚ ସଂଚାଳନ ଆଦି ବିବିଧ କ୍ଷେତ୍ରରେ ମଧ୍ୟ ସେ ନିଜର ପ୍ରତିଭା ପ୍ରଦର୍ଶନ କରି ପୁରସ୍କୃତା ଓ ପ୍ରଶଂସିତା ହୋଇ ଆସୁଛନ୍ତି । ନିକଟରେ ପ୍ରକାଶିତ ତାଙ୍କର ପ୍ରଥମ ହିନ୍ଦୀ କବିତା ସଂକଳନ “ଅନକହୀ ବାତେଁ” ବେଶ୍ ପାଠକାଦୃତି ହାସଲ କରିପାରିଛି ।

Related Posts

Leave a Reply

Your email address will not be published. Required fields are marked *