ଭାସ୍ଵତୀ ବସୁଙ୍କୁ ପ୍ରଥମ ସୁଖେନ୍ଦୁ ମୋହନ ସାହିତ୍ୟ ସମ୍ମାନ

ଭୁବନେଶ୍ୱର : ବିଶିଷ୍ଟ ଲେଖିକା ଓ ଲୋକପ୍ରିୟ ଅଭିନେତ୍ରୀ ଭାସ୍ଵତୀ ବସୁଙ୍କୁ ମିଳିବ ପ୍ରଥମ ସୁଖେନ୍ଦୁ ମୋହନ ସାହିତ୍ୟ ସମ୍ମାନ । ଦିବଙ୍ଗତ ସାହିତ୍ୟିକ ତଥା ବିଶିଷ୍ଟ ଅନୁବାଦକ ସୁଖେନ୍ଦୁ ମୋହନ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆସନ୍ତା ଅକ୍ଟୋବର ୪ ତାରିଖ ଦିନ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ଦିଆଯିବ ଭାସ୍ଵତୀ ବସୁଙ୍କୁ ।

ସୂଚନା ଥାଉ ଯେ ପୁରସ୍କାର ସ୍ୱରୂପ ଭାସ୍ଵତୀଙ୍କୁ ମାନପତ୍ର ଉପାୟନ ସମେତ ଅର୍ଥରାଶି ମଧ୍ୟ ପ୍ରଦାନ କରାଯିବ । ସାହିତ୍ୟର ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ସାହିତ୍ୟିକଙ୍କୁ ପ୍ରତିବର୍ଷ ସୁଖେନ୍ଦୁ ମୋହନଙ୍କ ଶ୍ରାଦ୍ଧବାର୍ଷିକୀରେ ପୁରସ୍କାର ଦିଆଯିବ ବୋଲି ସୁଖେନ୍ଦୁ ମୋହନ ସ୍ମୃତିନ୍ୟାସ ପକ୍ଷରୁ ସୂଚନା ଦିଆଯାଇଛି ।

Related Posts

Leave a Reply

Your email address will not be published. Required fields are marked *