ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ

ଭୁବନେଶ୍ଵର : ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଜୟନ୍ତୀ ଉପଲକ୍ଷେ ପୂର୍ଣ୍ଣାଙ୍ଗ ଉତ୍କଳ ଉନ୍ନୟନ ନ୍ୟାସୀ ମଣ୍ଡଳ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳର ଗୋପବନ୍ଧୁ ସଭା କକ୍ଷରେ ସୀତା ବଲ୍ଲଭ ମହାପାତ୍ରଙ୍କ ସଭାପତିତ୍ଵରେ ଆୟୋଜିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ଅଲେଖ ଚନ୍ଦ୍ର ପଢିଆରୀ ଓ ବକ୍ତା ଭାବେ ପର୍ଶୁରାମ ଦ୍ଵିବେଦୀ, ଆରତି କର, ଚକ୍ରଧର ଦାଶ ଦେବାଶିଷ ମହାପାତ୍ର ଓ ରାମ ନାରାୟଣ ମିଶ୍ର ଆଦି ଯୋଗ ଦେଇଥିଲେ ।

ସୂଚନା ଥାଉ ଯେ ଏହି ଅବସରରେ ସମାଜସେବୀ ପ୍ରହ୍ଲାଦ ସାହୁ ଓ ଜ୍ୟୋତିର୍ବିଦ ପ୍ରଦୀପ୍ତ କୁମାର ବିଶ୍ଵାଳଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । “ଦିଗବଳୟ” ପତ୍ରିକାର ସମ୍ପାଦକ ସାହିତ୍ୟିକ ଅଜୟକେତନ ମହାନ୍ତିଙ୍କ ବିୟୋଗରେ ଶୋକ ପ୍ରକାଶ କରାଯାଇଥିଲା । ପରିଶେଷରେ କୈଳାସ ଚନ୍ଦ୍ର ରଥ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *