ସତ୍ୟନାରାୟଣ ଗନ୍ତାୟତ

“ନଇମ୍ ମୋକିମ୍ ଦି ଭାଇ ଆସିବେନି, ଆଜି ତାଙ୍କର ପର୍ବ ଜାଣିଚୁ ନା” ବୋଲି କହେ ବୁଡୁ ଗୌଡ ! 

“ସେ ଦି’ ଭାଇ ଯଦି ଆସିବେନି ଆଉ କି’ ଖେଳ ଜମିବ ଯେ ! ଚାଲ ! ଆଜି ଯେ ଝା’ ଘରକୁ ପଳେଇ ଯିବା”- ଘୋଷଣା କରେ ବାବୁରାଓ, ଯା’ କଥାରେ ହଁ ଭରି ମୁଣ୍ଡ ହଲାନ୍ତି ଶାଙ୍କିରି ଓ ରଘୁ ସାବତ !

ତା’ପରେ କିନ୍ତୁ ଘରକୁ ଯିବୁ କ’ଣ ସଭିଏଁ ଯାଇ ପହଞ୍ଚୁ ନଇମ୍-ମୋକିମଙ୍କ ଘରେ, ସେମିୟାଁ ଖାଇବା ଲୋଭରେ ।  

ଇଦ୍ ଆସିଲେ ଏବେ ମନେପଡ଼େ ଆମର ସେ ପିଲାବେଳେ ଇଦ୍ ମୁବାରକ୍ ନଜଣାଇ ଏମିତି ଇଦ୍ ପାଳୁଥିବା କଥା !

ଆଜି “ଇଦ୍ ମୁବାରକ୍” ଜଣାଇବା ବେଳକୁ ଏସବୁ ମନେ ପଡ଼ିଗଲେ ଲାଗେ ଭଲ ପାଇବାକୁ ନେଇ ଝୁରିବା ଓ ଝୁମିବା ପାଇଁ ହିଁ ବୋଧହୁଏ “ଇଦ୍ ର ଚାନ୍ଦ” ଉଇଁ ଆସୁଥାଏ ଆଉ ସମତାଳରେ ଉଜ୍ଜଳି ଉଠୁଥାଏ ନଇମ୍ ଓ ମୋକିମଙ୍କ ସହ ଆମ ସବୁରି ହଜିଲା ହସ ବି !

“ସୁହାସିତମ୍”,କସ୍ତୁରୀ ନଗର, ରାୟଗଡା : ୭୬୫୦୦୧, ମୋବାଇଲ – ୯୪୩୭୯୦୯୬୭୫

ଲେଖକ ପରିଚୟ

‘ଥୁଣ୍ଟାଗଛ’ ଓ ‘ଛବିର ମଣିଷ’ ଶୀର୍ଷକ କବିତା ସଂକଳନର ସ୍ରଷ୍ଟା ସତ୍ୟନାରାୟଣ ଗନ୍ତାୟତ ଜଣେ ସ୍ତମ୍ଭକାର ଭାବେ ମଧ୍ୟ ବେଶ୍ ସୁପରିଚିତ । ବିବିଧତାରେ ସ୍ୱତଃ ଉଦ୍ଭାସିତ ସ୍ୱକୀୟ ନିଷ୍ଠାପର ସୃଜନ ମାଧ୍ୟମରେ ଆପଣାକୁ ଭାଷା ସାହିତ୍ୟ କ୍ଷେତ୍ରରେ ଜୀବନ ବ୍ୟାପୀ ସମର୍ପି ଆସିଥିବା ସ୍ରଷ୍ଟା ସମ୍ପ୍ରତି ଦିବଙ୍ଗତ ଅନୁଜ ସ୍ୱନାମଧନ୍ୟ ସ୍ରଷ୍ଟା ଗନ୍ତାୟତ ଶିବପ୍ରସାଦ ଓ ଦିବଙ୍ଗତା ଅଗ୍ରଜା ସୁଲେଖିକା ନିର୍ମଳାଙ୍କ ସର୍ଜନାର ସଂକଳନ ଓ ପ୍ରକାଶନରେ ନିମଗ୍ନ ।

Related Posts

2 thoughts on “ଇଦ୍ ମୁବାରକ୍

  1. ନଇମ୍ ମୋର ବି ସହପାଠୀ ଥିଲା ମୋ ଜନମ ଗାଆଁ ରଘୁନାଥପୁର ରେ । ସାଙ୍ଗ ହୋଇ ନିଜ ନଡ଼ିଆ ଗଛରୁ ଚୋରି କରି ମାଡ ଖାଇଛୁ । କଲେଜ୍ ବନ୍ଧୁ ଜାହିରା ଏଠି ଏବେ ରାୟଗଡାରେ ଲୋକ ଅଦାଲତ ଜଜ୍ । ଏମାନଙ୍କ ଦ୍ଵାରା ପ୍ରଭାବିତ ହୋଇ ଝିଅର ନାଁ ରଖିଥିଲି ସୋନି ସଲମା ପ୍ରିୟଦର୍ଶିନୀ ଓ ପୁଅର ନାଁ ରିକି ରହମତ ଗୌତମ । ଭାଇ ଚାରାର ସହର କଟକ ଓ ଭଦ୍ରକ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ।

    ସେଇ ଭାବ ଏବେବି ଆମ ଭିତରେ ଅଛି । ରହିବ ।

    ସତ୍ୟ ବାବୁଙ୍କ କ୍ଷୁଦ୍ର ଗଳ୍ପ ଟି ପୁଣି ସେଇ କଥା, ଇତିହାସର ରୋମନ୍ଥନ କରାଇଲା । ଅତି ନିଚ୍ଛକ ।

    ସପ୍ରେମ ଶୁଭେଚ୍ଛା ।

Leave a Reply

Your email address will not be published. Required fields are marked *