ରାଧାମୋହନ ଗଡ଼ନାୟକ

ଗୌର ଗଉରବ
ବିଧୂର ସଉରଭ
ମଧୁର କୁହୁରବ
ବକ୍ଷପୁଟେ ଧରି
ସପନ-ଶିରୀ ସମା
କବିତା ମନୋରମା
ପାଗଳ ଦିଏ କରି ।
ଆଖିକେ ସୁଧାରସ
ଆଖିକେ ସୀଧୁରସ
ଅଧରେ ମଧୁହସ
ବକ୍ଷେ ଯଉବନ,
ବନିତା ଧରାତଳେ
ପୁରୁଷ ପୁରୁଷରେ କରଇ ରସ-ଘନ ।
ଲତାଟି ଘନ ବନେ
ତରୁଣ ଅପଘନେ
ସମୀର-ଚୁମ୍ବନେ
ବେପଥୁ ଧରେ ପୃଥୁ
ପେଲବ ପଲ୍ଲବ
ପୁଷ୍ପ-ସୌରଭ ଧରଇ ପ୍ରତି ଋତୁ ।

କବିତା କାହିଁ? ମନେ
ବନିତା କାହିଁ? ଜନେ
ଲତାଟି କାହିଁ? ବନେ
ଧିଆନ କରି କରି
ତରୁଣ କବି ମୁହିଁ ତ୍ରିବେଣୀ ରସ ଛୁଇଁ
ଜୀବନ ଦିଏ ଭରି ।


Related Posts

One thought on “କବିତା-ବନିତା-ଲତା

Leave a Reply

Your email address will not be published. Required fields are marked *