ଅରୁଣ କୁମାର ମିତ୍ର

ଭବିଷ୍ୟତ ଗଢିବା ଲାଗି ସଭିଏଁ ବ୍ୟସ୍ତ ଭାରି,
ଧନ ଦୌଲତ ଟଙ୍କା ପଇସା ଭୀଷଣ ଦରକାରୀ ।

ସୁରକ୍ଷିତ ଜୀବନ ଲାଭ ସଭିଙ୍କ କାମନା
ସୁଖ ଶାନ୍ତି ସ୍ବାଛନ୍ଦ ସ୍ବସ୍ତି ମନର ବାସନା ।

ସ୍ବାର୍ଥ ସର୍ବସ୍ଯ ମଣିଷ ଦେଖେ ଅଳିକ ସପନ
ତା ଲାଗି କିଛି କରିବାର ନାହିଁ କରନ୍ତି କାର୍ପଣ୍ୟ ।

ଲୋଭ ଲାଳସା ବ୍ଯକ୍ତିତ୍ଵରେ ଜଗତ ଅନ୍ଧକାର
ତାହା ଲାଗି ଲୁପ୍ତପ୍ରାୟ ଏହି ମହୀତଳ ।

ମଣିଷ ହସ୍ତରେ କ୍ଷମତା ପରିଣତ ଦାନବେ
ହିତାହିତ ଜ୍ଞାନ ଶୁନ୍ୟ ଉପଦେଶ କେ ଶୁଣିବେ ।

ଛୋଟ ବଡ଼ ଦରିଦ୍ର ଧନୀ ଭେଦଭାବ ସବୁଠି
ଜାତି ଧର୍ମ ବର୍ଣ୍ଣ ନେଇ ନିତ୍ୟ ମାରପିଟି ।

ସତ୍ୟ ଛାଡ଼ି ମିଥ୍ୟାକୁ ଆଶ୍ରୟ କରି ସର୍ବେ
ନ୍ୟାୟ ଛାଡ଼ି ଅନ୍ୟାୟକୁ ଆଶ୍ରୟ ବୀର ଦର୍ପେ ।

ରାଜନୀତିର ଗତି ନାହିଁ ଛାଡ଼ି ହିଂସା ଦ୍ୱେଷ
ରାଜଧର୍ମ ପାଳନ ନାହିଁ ଦିଅନ୍ତି ଯେ କ୍ଳେଶ ।

ସୁସଭ୍ୟତା ଦୂର ଅସ୍ତ ପ୍ରକୃତି ନିମ୍ନସ୍ତରେ
ଧର୍ମଗ୍ରନ୍ଥର ଅପବାଖ୍ୟା ଦାନବ ମୁହଁରେ ।

ଯାଜପୁର ରୋଡ଼, ଯାଜପୁର

ଲେଖକ ପରିଚୟ

କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *