ଅରୁଣ ମିତ୍ର

ଏମିତି ଯଦି କାନୁନ ଆସେ ଦେଶେ
ଝିଅ ପିଲା ଯିବ ପୁଅ ଘରକୁ
ନୂଆ ବରର ବେଶେ,
ବିବାହ ପରେ ଝିଅ ରହିଥାଉ
ସିଏ ତାର ନିଜ ଗୃହେ
ବ୍ୟତିକ୍ରମରେ ଦଣ୍ଡ ପାଇବେ
ଅଭିଭାବକ ଯିଏ ।

ବନ୍ଦ ହେବଟି ବଧୂକୁ ନିର୍ଯାତନା
କନ୍ୟା ଭ୍ରୁଣ ହତ୍ୟା ପରେ
ଅମାନବୀୟ ସବୁ ଘଟଣା ।

ହ୍ରାସ ପାଉଥିବ ଧର୍ଷଣ ଦୁଷ୍କର୍ମ
ମାତୃ ଶାସିତ ସମାଜ
ବୁଝିବ ନାରୀର ମର୍ମ ।

ନାରୀ ସ୍ବାଧିନତା
ଆ’ ଉପରେ ତ ନାହିଁ
କାହିଁକି ଭାବୁନ ରାଜନୀତିଜ୍ଞ
ଦେଶ ହିତକାରୀ ଭାଇ ।

ମାତୃ ଜାତିର ଅଶ୍ରୁମୋଚନେ
ଅନେକ କରିଛ ବନ୍ଧୁ
କୁମ୍ଭୀର କାନ୍ଦଣା କେତେ ଯେ କାନ୍ଦିଛ
ନେତା ନେତ୍ରୀ କୃପାସିନ୍ଧୁ ।

ଆସୁନ କେ ଅଛ
ଆଣିବାକୁ ନୂଆ ନିୟମ
ନବ ସମାଜ ଗଢିବାର ଲାଗି
ସୀମାକୁ ଅତିକ୍ରମ ।

ତିଳତିଳ କରି ଶୋଷଣ ପୋଷଣ
ଶାସନ ମଧ୍ୟ କମ କି
ଆମ ସମସ୍ତେ ବଦଳ କରିବା
ଭାରତକୁ ଆମେ, ଡର କି ।

ଯାଜପୁର ରୋଡ଼, ଯାଜପୁର

ଲେଖକ ପରିଚୟ

କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *