ମାନସ ରଞ୍ଜନ ନାୟକ

କେଉଁ ଅନାଦି କାଳରୁ ଦୂର୍ବୋଧ୍ୟ, ଅସମାପ୍ତ, ଅସୀମିତ ଏହି ସୃଷ୍ଟି
ବିବର୍ତ୍ତନେ ନିମଗ୍ନ, ଅଦ୍ୟାବଧି ଅବିଛିନ୍ନ ପରିବର୍ତ୍ତନର
ବୃଷ୍ଟି
ଜୀବନ ଜୀଜିବିଷାର ସରହଦ୍ ଡେଉଁ ଏବେ ଅନ୍ତରୀକ୍ଷକୁ
ଦୃଷ୍ଟି
ମାଆ କୋଳରୁ ଜହ୍ନମାମୁଁ ଏବେ ହାତପାହାନ୍ତାର ଉଲ୍ଲସିତ ସନ୍ତୁଷ୍ଟି ।

ମାନବୀୟ ମହାଯାତ୍ରାର ପ୍ରଗତି ନନ୍ଦିଘୋଷ କି ଶୂନ୍ୟ ଆବିଳତା ?
ବିଜୟର ସମ୍ମୋହନ ଆବୋରିଛି, ସପ୍ରେମ ଆବାଳ ବୃଦ୍ଧ ବନୀତା !
କ୍ଷୁଧା ଜୟ ପାଇଁ ବୁଭୁକ୍ଷୁର ବିଫଳ, ଅବିରତ, ଦୁସ୍ଥ ପଦଯାତ୍ରା
ତାଜା ଖବରରେ ଛପୁଛି, ଦାରିଦ୍ର୍ୟ ସୀମାରେଖାର ସଙ୍କୁଚିତ ମାତ୍ରା ।

ସଭ୍ୟ ସଭ୍ୟତାର ଜୟଧ୍ୱନିରେ ପ୍ରକମ୍ପିତ ନଭଶ୍ଚୁମ୍ବୀ ଅଟ୍ଟାଳିକା
ରାତ୍ରୀର ବାସନା ଗଳିରେ ଦଗ୍ଧୀଭୂତ ତା ଦେହ ଦାହର ମରୀଚିକା
ବିକ୍ଷୋଭର ଜୟଧ୍ୱନି ଗୁଞ୍ଜୁରି ଉଠୁଛି, ଧର୍ମ ନାମରେ ବିଭୀଷିକା
ଅମୀମାଂସିତ ସାମ୍ବିଧାନିକ ସ୍ଵୀକୃତି, ଉପେକ୍ଷିତ ତ୍ରିରଙ୍ଗା ପତାକା ।

ସତ୍ୟ ନ୍ୟାୟ ଓ କର୍ତ୍ତବ୍ୟ ବାଣରେ କୁରୁକ୍ଷେତ୍ରେ ବି ହେଲା ଧର୍ମର ଜୟ
ଚେତନା ଉତ୍ତରଣେ ଉତ୍ତୀର୍ଣ୍ଣ ପୌରୁଷତ୍ଵ, ମିଳୁ ମାନବତ୍ଵ ବିଜୟ ।

ମଞ୍ଜୁରୀ ରୋଡ୍, ଭଦ୍ରକ, ଭ୍ରାମ୍ୟଭାଷ- ୯୮୯୦୮୫୧୪୨୭

ଲେଖକ ପରିଚୟ

ପେସାରେ ଜଣେ ଔଦ୍ୟୋଗିକ ପରାମର୍ଶଦାତା( ସୁରକ୍ଷାତ୍ମକ ଆବରଣ), ହେଲେ ସୃଜନଶୀଳ ସାହିତ୍ୟରେ ରୁଚି ପିଲାଟିଦିନରୁ । ୩୦- ୪୦ ଟି କବିତା, ୪-୫ ଟି ଗଳ୍ପ ଓ ୧୦-୨୦ ଟି ସ୍ତମ୍ଭ ରଚନାକୁ ନେଇ ଏଯାଏଁ ଅବିଛିନ୍ନ ସାହିତ୍ୟ ରଚନାର ଧିର ମନ୍ଥର ଧାରା । ଗାଳ୍ପିକ କିବା କବି ବୋଲାଇବାର ଦକ୍ଷତା ଏଯାଏଁ ହାସଲ ହୋଇନାହିଁ ସତ, ହେଲେ ୨୦୨୧ ରୁ ଏଯାବତ୍ ଅନେକ ସମ୍ବାଦପତ୍ର ଓ ପତ୍ରିକାରେ ଲେଖାମାନ ପ୍ରକାଶ ପାଇ ଅନେକ ପାଠକୀୟତା ଅର୍ଜନ କରିପାରିଛି ।

Related Posts

Leave a Reply

Your email address will not be published. Required fields are marked *