ବିଷ୍ଣୁପ୍ରିୟା ଜେନା

ଲୁହ କେଇବୁନ୍ଦା ବଖାଣି ଥାଏ
ଅକୁହା କାହାଣୀ ଜୀବନ ସାରାର
ଗୋପନରେ ଛାତି ଚିରି ବୋହିଆସେ
ତତଲା ଲୁହର କେଇ ଧାର ।

ଜୀବନ ମରୁ ଉପତ୍ୟକାରେ
କଲବଲ ଏଇ ଜୀବନଟା
ଡହଡ଼ହ ତତଲା ବାଲିରେ
ଖାଲି ପାଦେ ପରସ୍ତ ପରସ୍ତ ଛାଲ ।

ଗଛଛାଇ ଟିକେ ନାଇଁ
ଘଡ଼ିଏ ବିଶ୍ରାମ ପାଇଁ
ମୁହଁରେ ହସ ଚେନାଏ ସିନା
ସ୍ୱପ୍ନ ସାଜେ ଅମା ଅନ୍ଧାର କଇଁ ।

ଜୀବନଟା ଡହଳବିକଳ
ଅକୁହା ବେଦନା ଆଉ ବ୍ୟଥା
ସ୍ୱାଭିମାନେ ଖୋଜିବୁଲେ
ବଞ୍ଚିବାର ରାହା
କପାଳ ଲିଖନେ
କେ କରିବ ଆନ, କାନକୁହା କଥା ।

ବେଣୁପୁର, ବାଲିଅନ୍ତା, ଖୋର୍ଦ୍ଧା

ଲେଖକ ପରିଚୟ

ନୂଆନୂଆ ସାହିତ୍ୟ ଜଗତରେ ପାଦ ଥାପିଛି । ଜଗନ୍ନାଥଙ୍କ ନାମ ସ୍ମରଣ କରି ଯାହା ମନକୁ ଆସିଲା ଲେଖିଲି । ମୁଁ ଜଣେ ଗୃହିଣୀ ଏବଂ ସମୟ ମିଳିଲେ ଲେଖାଲେଖି,ପଢାପଢି କରେ । ନିଜର ଆତ୍ମସନ୍ତୋଷ ପାଇଁ ବହି ମଧ୍ୟ ତିନି ଖଣ୍ଡ ପ୍ରକାଶିତ କରିଛି । ଆଗକୁ ଜଗନ୍ନାଥଙ୍କ କୃପା ।

Related Posts

Leave a Reply

Your email address will not be published. Required fields are marked *