କିମାଶ୍ଚର୍ଯ୍ୟମର ଦ୍ଵିତୀୟ ସଂସ୍କରଣ

ଭୁବନେଶ୍ୱର : ଯୁବ ପ୍ରାବନ୍ଧିକ ଓ ସ୍ତମ୍ଭକାର ପରଂବ୍ରହ୍ମ ତ୍ରିପାଠୀଙ୍କ ପ୍ରବନ୍ଧ ସଂକଳନ ‘କିମାଶ୍ଚର୍ଯ୍ୟମ’ର ଦ୍ଵିତୀୟ ସଂସ୍କରଣ ପାଠକାର୍ପଣ ହୋଇଛି । ଉତ୍ସବରେ ବରିଷ୍ଠ କଥାକାର ଅଜୟ ସ୍ଵାଇଁ ଯୋଗ ଦେଇ କହିଲେ ଯେ ‘କଣ’ ଅପେକ୍ଷା କାହିଁକି ଅଧିକ ଗୁରୁତ୍ଵପୂର୍ଣ୍ଣ । ଚିରାଚରିତ ଭାବେ ଓଡ଼ିଆ ସାହିତ୍ୟରେ ‘କଣ’ର ଉପସ୍ଥିତି ଅଧିକ । କଥାକାର ତଥା ପୂର୍ବତନ ପ୍ରଶାସକ ସହଦେବ ସାହୁ ସରଳ ଭାଷା, ସାହସିକତା, ସମ୍ବେଦନଶୀଳତା କିମାଶ୍ଚର୍ଯ୍ୟମକୁ ବହି ଭିଡ଼ ଭିତରେ ନିଆରା କରିପାରିଛି ବୋଲି କହିଥିଲେ । ସାମ୍ବାଦିକ ସନ୍ଦୀପ ସାହୁ ଲେଖକଙ୍କ ଶୈଳୀ ଓ ରଚନା ପ୍ରତି ପାଠକୀୟ ସ୍ୱୀକୃତି ସମ୍ପର୍କରେ କହିଥିଲେ । ଯୁବକବି ସୂର୍ଯ୍ୟସ୍ନାତ ତ୍ରିପାଠୀ ସାହିତ୍ୟକୁ ସାହିତ୍ୟ ସଭାରୁ ବାହାରକୁ ନେଇ ସାଧାରଣ ପାଠକ ପାଖରେ ପହଞ୍ଚାଇବାର ସମୟ ଆସିଛି ବୋଲି ମତବ୍ୟକ୍ତ କରିଥିଲେ । ନିଜ ଲେଖକୀୟ ବକ୍ତବ୍ୟରେ ଲୋକଙ୍କ ପାଇଁ ଲୋକଙ୍କ କଥା ଲୋକଙ୍କ ଭାଷାରେ କହିପାରିଲେ ଏହା ଲୋକାଦୃତ ହେବ ବୋଲି ପରଂବ୍ରହ୍ମ କହିଥିଲେ । ଏହା ତାଙ୍କର ଚତୁର୍ଥ ପ୍ରବନ୍ଧ ସଂକଳନ ଓ ‘କିମାଶ୍ଚର୍ଯ୍ୟମ’ର ପ୍ରଥମ ସଂସ୍କରଣ ୨୦୨୨ରେ ପ୍ରକାଶିତ ହୋଇଥିଲା । ବର୍ଷା ପ୍ରକାଶନର ନିର୍ଦ୍ଦେଶକ ବାଦଲ ମହାନ୍ତି ସ୍ଵାଗତ ଭାଷଣ ଦେଇଥିଲେ । ସ୍ତମ୍ଭକାର ଶ୍ରୁତକୀର୍ତ୍ତି ତ୍ରିପାଠୀ ସଭା ପରିଚାଳନା କରିଥିଲେ । ଏଥିରେ ଅନେକ ସାହିତ୍ୟିକ, ପାଠକ ଓ ସାମ୍ବାଦିକ ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *