ମାନସ ରଞ୍ଜନ ନାୟକ

ପୂର୍ବଦିଶାରେ ଦିଶେ ଉଦିତ ସୂର୍ଯ୍ୟର ଉତ୍ତରଣ
ସଞ୍ଚରିଯାଏ ନୂତନ ସକାଳର ସମ୍ଭାଷଣ ।
ତାଜା ଖବରରେ ସାଜେ ପୁଣି କେତେ ବିସ୍ଫୋରଣ
ଭାଗବତର ସଂଭ୍ରମ ଅପଭ୍ରଂଶ ସଂସ୍କରଣ ।

ଆବର୍ତ୍ତନର ଗତାନୁଗତିକ ପୁନରାବୃତ୍ତି
ଜୀବନ ଜିଜୀବିଷାର ପୁଣି ବିକଳ ଆବୃତ୍ତି ।
ନୀତି ଅନୀତିରୁ ଉର୍ଦ୍ଧ୍ଵରେ ସ୍ଵାର୍ଥାନ୍ଧ ରାଜନୀତି
ଆବେଗହୀନ ଦୌଡ଼ରେ କି ବସ୍ତୁବାଦୀ ପ୍ରଗତି !

ଧୂମିଳ ଚେତନା ଦିଗବଳୟେ ଭ୍ରମିତ ସ୍ଵପ୍ନ
ଈର୍ଷା ପ୍ରତିହିଂସାରେ ବିତେ ନିତ୍ୟ ଆୟୁଷ ଲଗ୍ନ ।
ପ୍ରାପ୍ତି ପରିତୃପ୍ତିର ଉଚ୍ଚାଟ ଆକାଂକ୍ଷାରେ ମଗ୍ନ
ବିବର୍ତ୍ତନ ଛନ୍ଦେ, ମାନବୀୟ ପ୍ରଗତି କି ଭଗ୍ନ !

ତମସାଚ୍ଛନ୍ନ ରଜନୀ ଏବେ ସତଧା ବିଦିଘ୍ନ !
ଏ କାଳର ସକାଳରେ ଭବ୍ୟ ବିଜୟ ଆଚ୍ଛନ୍ନ ।

ମଞ୍ଜୁରୀ ରୋଡ୍, ଭଦ୍ରକ, ଭ୍ରାମ୍ୟଭାଷ- ୯୮୯୦୮୫୧୪୨୭

ଲେଖକ ପରିଚୟ

ପେସାରେ ଜଣେ ଔଦ୍ୟୋଗିକ ପରାମର୍ଶଦାତା( ସୁରକ୍ଷାତ୍ମକ ଆବରଣ), ହେଲେ ସୃଜନଶୀଳ ସାହିତ୍ୟରେ ରୁଚି ପିଲାଟିଦିନରୁ । ୩୦- ୪୦ ଟି କବିତା, ୪-୫ ଟି ଗଳ୍ପ ଓ ୧୦-୨୦ ଟି ସ୍ତମ୍ଭ ରଚନାକୁ ନେଇ ଏଯାଏଁ ଅବିଛିନ୍ନ ସାହିତ୍ୟ ରଚନାର ଧିର ମନ୍ଥର ଧାରା । ଗାଳ୍ପିକ କିବା କବି ବୋଲାଇବାର ଦକ୍ଷତା ଏଯାଏଁ ହାସଲ ହୋଇନାହିଁ ସତ, ହେଲେ ୨୦୨୧ ରୁ ଏଯାବତ୍ ଅନେକ ସମ୍ବାଦପତ୍ର ଓ ପତ୍ରିକାରେ ଲେଖାମାନ ପ୍ରକାଶ ପାଇ ଅନେକ ପାଠକୀୟତା ଅର୍ଜନ କରିପାରିଛି ।

Related Posts

Leave a Reply

Your email address will not be published. Required fields are marked *