ଗୀତାଞ୍ଜଳି ପୃଷ୍ଟି

ଶବ୍ଦମାନେ ସତେ କୋଳାହଳ କରି
ଆସନ୍ତେ କି ପାଶେ ଧାଇଁ
ଲେଖି ମୁଁ ଯାଆନ୍ତି ଅନେକ କବିତା
ମୋ ମନର ଶ୍ରଦ୍ଧା ଦେଇ ।

ଅଳପ ଦିନର ଗଳପ ଆମର
ହେଇ ଯାଆନ୍ତା ସ୍ମରଣୀୟ
ପରାଣ ଆବେଗେ ତୋଳି ମୁଁ ଦିଅନ୍ତି
ଦେଇ ଶ୍ରେଷ୍ଠ ସ୍ୱର ଲୟ ।

ଯବନିକା ଯେବେ ଆସିବା ଆଗରୁ
ମୋ ଜୀବନ ନାଟକର
ପାଠକ ପ୍ରାଣରେ ପୁଲକ ଖେଳାଇ
ହେଇଯାଆନ୍ତି ମୁଁ ଅମର ।

ଶବ୍ଦ ଆଞ୍ଜୁଳାର ପଥକୁ ଚାହିଁ ମୁଁ
ଅନ୍ତହୀନ ପ୍ରତୀକ୍ଷାରେ
ଚାହିଁଛି ଚାହିଁବି ଚାହିଁ ରହିଥିବି
ମରିବାର ଯୁଗାନ୍ତରେ ।

ସଫିପୁର, କଟକ ସଦର, ମୋ – ୮୯୧୭୪୧୬୨୫୧

ଲେଖକ ପରିଚୟ

ଅଧୁନା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତା ହେଲେ ସାହିତ୍ୟ ପ୍ରତି ପ୍ରଗାଢ ଦୁର୍ବଳତା । ଛନ୍ଦବଦ୍ଧ ଏବଂ ମୁକ୍ତ ଛନ୍ଦ କବିତା ସହିତ ଧନ୍ଦା, ପ୍ରବନ୍ଧ ଏବଂ ଗଳ୍ପ ରଚନା କରେ । ବାଲ୍ୟକାଳରୁ ମାଟି ମନସ୍କତା, ଦେଶ ଓ ଜାତି ପ୍ରୀତି ମୋତେ ଏହି ଦିଗରେ ଅଗ୍ରସର ହେବା ପାଇଁ ପ୍ରେରଣା ଯୋଗାଇଛି । ବିଭିନ୍ନ ସାହିତ୍ୟ ଅନୁଷ୍ଠାନରୁ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହେବା ସହିତ ମୋର ୩ ଟି କବିତା ପୁସ୍ତକ ଏବଂ ଗୋଟିଏ ଶିଶୁ ଗଳ୍ପ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତି ଲାଭ କରିଛି ।

Related Posts

Leave a Reply

Your email address will not be published. Required fields are marked *