ଡମ୍ବରୁଧର ବେହେରା

ଉଡ଼ିଯିବା ଆଗରୁ
ଥରୁଟିଏ
ପଚାରିନିଅ
ମୁଁ କେମିତି ଅଛି..?
କାହା ସାଥେ ଅଛି..?
ଆବଦ୍ଧ ପଞ୍ଜୁରୀରେ
ମୁକ୍ତ ଦୁଆର ଖୋଲା..
ଆକାଶର ନୀଳ ଚାଦର ତଳେ
ନିରବରେ ନିରୋଳାରେ
ଦୁଃଖର ଚିନି ମିଶା
ଲେମ୍ବୁ ଆଉ ଲୁଣ ପାଣିକୁ
ପିଇପିଇ କି… ମରିମରି …
ତୁମକୁ ଅପେକ୍ଷା କରି
ସଞ୍ଜକୁ ସକାଳ
ସକାଳକୁ ସଞ୍ଜ
ମନେ କରି….।
ଲୁହକୁ ଝରଣାର ଜଳ
ସେଦିନର କାଳ ରାତ୍ରୀକୁ
ଆଖିର କଜଳ …
ଉଡ଼ି ଯାଇଥିବା
ପକ୍ଷୀର କାକଳି ଶୁଣୁଶୁଣୁ
କେତେବେଳେ ଉଡ଼ିଗଲ
ମୋତେ ନମାରି
ମରିବା ଆଗରୁ
ଛାଡ଼ି ଦେଇ ଖାଲି ପଞ୍ଜୁରୀ ଭିତରେ…….!!
ଜଗଦଳପୁର, ବସ୍ତର, ଛତିଶଗଡ଼, ମୋ – ୯୪୩୭୭୮୮୪୬୪
ଲେଖକ ପରିଚୟ
ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।