ଡମ୍ବରୁଧର ବେହେରା

ସ୍ୱାଭାବିକ ଭାବେ
କିଛି କୁଳଙ୍ଗାର,
ରୋମୀୟ ,ବାଳୁଙ୍ଗାଙ୍କ ପାଇଁ

ପବିତ୍ର ,ମନୋହର
ମନ ମୁଗ୍ଧକର ଦିବସ
ଯିଏ ଦେଇପାରିବ ଗୋଲାପ ଫୁଲ
ନିଜ ଗାର୍ଲଫ୍ରେଣ୍ଡ ,ସହପାଠୀ
ମନର ମାନସୀଙ୍କୁ
ପ୍ରେମର ପାଉଣା ରୂପେ
ରୂପସୀର ରୂପରେ
ଘାଇଲା ହୋଇ
ମହାବଳ ବାଘର
ହିଂସ୍ର ରୂପକୁ ଲୁଚାଇ
ଶାକାହାରୀ ବେଶରେ
ହିଡ଼ ବିଲ ଖାଇବା ପରି …!

ନିଜ ଭଲ ପାଇବାର
ପ୍ରୀତିଭରା ସମ୍ଭାଷଣ
ସମ୍ବୋଧନ, ଉଚ୍ଚାଟନ
ଉନ୍ମାଦନାକୁ
ଶାଶ୍ଵତ ଚିରନ୍ତନ
ଚିରସ୍ଥାୟୀ ବନ୍ଧୋବସ୍ତ ନିମନ୍ତେ…!

କାଳେ ଆଉକେହି
ଦେଉଦେଉ ଦେଇଦେବେ ବୋଲି
ଅଦିନିଆ କୁଣିଆ ଭାବେ
‘ରୋଜ ଡେ’ବେଳେ
ଅବେଳରେ…।’

ସୁରଳ, ବଡ଼ସାହି, ଗଞ୍ଜାମ, ଦୂରଭାଷ :୯୪୩୭୭୮୮୪୬୪

ଲେଖକ ପରିଚୟ

ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।

Related Posts

One thought on “ରୋଜ ଡେ…

Leave a Reply

Your email address will not be published. Required fields are marked *