ଅପେକ୍ଷା କି ତିତିକ୍ଷା

ଡମ୍ବରୁଧର ବେହେରା

ଅପେକ୍ଷା କି ଯନ୍ତ୍ରଣାଦାୟକ
କଟା ଘା ‘ ପରେ
ଚୂନ ଆଉ ବ୍ଲିଚିଂର
ସଫେଦ ମଲମ
ନା ଶୁଖିବାର ନାଆ ନେଉଛି
ନା ଜଳନର ନିଆଁ ଦିଶୁଛି
ଖାଲି ଅନୁଭବ ହେଉଛି ।

ରସଗୋଲା ଗୋଟିଏ ପରେ ଗୋଟିଏ
ଗିଳୁଛି…
ହେଲେ ପାଟିକୁ ତ ମିଠା ଲାଗୁଛି
ରସଗୋଲା ଦେହରେ ଲାଗିଥିବା
ଚିନିର ମିଠାକୁ ଦେଖିପାରୁଛି
କି ଦେଖାଇ ପାରୁଛି
ମୋ ତୁଣ୍ଡ କହୁଛି
ମୁଁ କାଳେ ମିଠାଖାଉଛି
ଯେପରି
ତୁମ ଆଗରେ ସିଢ଼ି
ମୋ ଛାତ ତଳେ ସିଢ଼ି
ତୁମ ହାତରେ ଗୋଲାପର କଢି
ମୋ ହାତରେ ହାତକଡ଼ି
ତୁମ ଆଖିରେ ପ୍ରେମ
ମୋ ଘର ବାଲକୋନୀ ଚାରିପଟେ ଫ୍ରେମ୍
ଲାଗୁଚି ତୁମ ଆଗମନ
ମୋର ଗମନ
ଏହା ପରସ୍ୱରର ଅପେକ୍ଷା
କି ତିତିକ୍ଷାଭରା
ପ୍ରେମର ଭିକ୍ଷା
ଆଉ ସୁରକ୍ଷା…!!

ସୁରଳ, ବଡ଼ସାହି, ଗଞ୍ଜାମ, ଦୂରଭାଷ :୯୪୩୭୭୮୮୪୬୪

ଲେଖକ ପରିଚୟ

ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।

Related Posts

One thought on “ଅପେକ୍ଷା କି ତିତିକ୍ଷା

  1. ଅପେକ୍ଷା ର ଫଳ ସର୍ବଦା ମିଠା ହୋଇଥାଏ…!!
    ବହୁତ ବଢ଼ିଆ କବିତା ଟିଏ..!!
    ଆଉ ବହୁତ ସୁନ୍ଦର ଶବ୍ଦ ସଂଯୋଜନା…!!

Leave a Reply

Your email address will not be published. Required fields are marked *