ଅରୁଣ କୁମାର ମିତ୍ର

ଭାରତୀୟ ଦୁଇ ବୀରାଙ୍ଗନା
କ’ଣ କଲେ ସନ୍ତ୍ରାସୀର ଘରେ
ଦାନବ ଡରି ନିରବେ ଆଜି
ବସି କାନ୍ଦଇ ମାଟିର ‘ପରେ ।

ପ୍ରବେଶ କରି ଦୈତ୍ୟ ଗୃହେ
ଉଗ୍ରବାଦୀ ନିଧନ କଲେ
ବୀର ନୁହଁନ୍ତି ବୀରାଙ୍ଗନା
ନାରୀ ସମୁଚିତ ଜବାବ ଦେଲେ ।

ନିଜ ଜୀବନ ହାତରେ ରଖି
ବୀରଦର୍ପେ ମିଶିକି ଦିହେଁ
ପ୍ରମାଣ କଲେ ମାତୃଜାତିର
ସିନ୍ଥିର ସିନ୍ଦୁର ଶସ୍ତା ନୁହେଁ ।

ଦେଖ୍ ରେ ଦାନବ ଅମଣିଷଟେ
ଜୀବନ ନେଲେ କେମିତି ଦୁଃଖ
ନିଜର ଲୋକ ସ୍ଵଜ୍ଜନ ମଲେ
କେମିତି ବ୍ୟଥା କେମିତି ଶୋକ ।

କେଉଁ ଶାସ୍ତ୍ରର ଅଧ୍ୟୟନେ
ନିଷ୍ଠୁରତା ଚିତ୍ତେ ଦ୍ୱେଷ
କେଉଁ ଧର୍ମ ମର୍ମେ ଗୁନ୍ଥି
ଭରି ରଖିଛୁ ହୃଦୟେ ବିଷ ?

କ’ଣ ପାଇବୁ କୁଆଡ଼େ ଯିବୁ
ମଲାପରେ ତ ସଭିଏଁ ଶବ
ଏଇଠି ସ୍ୱର୍ଗ ଏଇଠି ନର୍କ
ଦେଖ୍ ରେ କରି ତୁ ଅନୁଭବ ।

ଧର୍ମ ଧ୍ଵଜା ଧରି ହାତରେ
ଘୃଣା ଭେଦଭାବ ମଜ୍ଜାରେ
ମାନବ ଧର୍ମ ଛାଡ଼ି କେବଳ
ସୁପ୍ତ ବାସନା ଅନ୍ତରେ ।

ହୁଅ ମଣିଷ ଶାନ୍ତିପ୍ରିୟ
ମଣିଷ ପାଇଁ କର କାମ
ମାନବ ଧର୍ମ ଶ୍ରେଷ୍ଠ ଅଟେ
ପାଳନ କରି ନିଅ ନାମ ।

ଯାଜପୁର ରୋଡ଼, ଯାଜପୁର

ଲେଖକ ପରିଚୟ

କବିତା ଏକ ଅନ୍ତରାତ୍ମାରୁ ପ୍ରବାହିତ ଝରଣା । ଗତି କେବେ ଧୀର, କେବେ ଚଞ୍ଚଳ, ସବୁବେଳେ ଅନାବିଳ । ମୋର ହୃଦୟରୁ କବିତା ମଧ୍ୟେ ମଧ୍ୟେ ପ୍ରବାହିତ ହୁଏ, ପ୍ରବାହର ଉତ୍ସ କହିବାକୁ ଗଲେ, ଉତ୍କଳ ଜନନୀର ଆଂଚଳ । ଏଠାକାର ମାଟି, ପାଣି, ପବନ, ପାହାଡ଼, ପର୍ବତ, ନଦୀ, ସମୁଦ୍ର, ଦେବାଦେବୀ, ଜନସମାଜ ସବୁ କିଛି ମୋତେ ମୋହିତ କରିଛି । ଫଳସ୍ୱରୂପ ମୁଁ ଚାଳିଶି ବର୍ଷ ବୟସରେ ବର୍ଣ୍ଣବୋଧ ପଢି ଓଡ଼ିଆରେ ଲେଖିବା ପଢିବା ଶିଖି ଚାରିଖଣ୍ଡ କବିତା ବହି ଲେଖିଛି । ମୋର ପାଠପଢା ବଙ୍ଗଳା ମାଧ୍ୟମରେ, ପଶ୍ଚିମବଙ୍ଗର ଏକ ଗାଆଁରେ ମୋର ଶୈଶବ ଅତିବାହିତ । କର୍ମକ୍ଷେତ୍ରରେ ସାହିତ୍ୟ ପ୍ରୀତି ଏବଂ ସାହିତ୍ୟ ସାଧନା ।

Related Posts

Leave a Reply

Your email address will not be published. Required fields are marked *