ରାଜ୍ୟପାଳଙ୍କ ଦ୍ଵାରା ଉପନ୍ୟାସ ‘କୁନ୍ତି’ ଲୋକାର୍ପିତ

ଭୁବନେଶ୍ଵର : ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଅନୁବାଦିକା ଶାରଦା ରଥଙ୍କ ହିନ୍ଦୀରୁ ଅନୁବାଦ ପୌରଣିକ ଉପନ୍ୟାସ ‘କୁନ୍ତି’ ଗତକାଲି ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ଦ୍ଵାରା ଲୋକାର୍ପିତ ହୋଇଯାଇଛି । ସୋମବାର ଦିନ ରାଜଭବନଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ଲୋକସମ୍ପର୍କ ଅଧିକାରୀ କବି ରକ୍ଷକ ନାୟକ, ଅନୁବାଦିକା ରଥଙ୍କ ସମେତ ଶ୍ରୀମତୀ ରଥଙ୍କ ଝିଅ ସାହିତ୍ୟିକା ମମତା ରଥ, ପୁସ୍ତକର ପ୍ରକାଶକ ଇଞ୍ଜିନିୟର ଶାଶ୍ଵତ ଧଳ, ସ୍ଵାହା ଧଳ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରାଜ୍ୟପାଳଙ୍କୁ କିଛି ପୁସ୍ତକ ଉପହାର ସ୍ୱରୂପ ପ୍ରଦାନ କରାଯାଇଥିଲା ।

Related Posts

Leave a Reply

Your email address will not be published. Required fields are marked *