‘ଇଷ୍ଟ ଈଶ୍ଵର’ ଓ ‘ମାଇଁ କ୍ରଲ୍‌ ଏଥିଏଜମ୍’ ପୁସ୍ତକ ଲୋକାର୍ପିତ

ଭୁବନେଶ୍ୱର : ଆଧୁନିକ ସମାଜ ଏବେ ବିବର୍ତ୍ତନ ମଧ୍ୟରେ ଗତି କରୁଛି । ବୈଜ୍ଞାନିକ ଚିନ୍ତାଧାରା ଓ ବିଶ୍ଳେଷଣ ପଦ୍ଧତି ପ୍ରତ୍ୟେକ ବ୍ୟକ୍ତିର ଧର୍ମ ଓ ଈଶ୍ଵର ବିଶ୍ଵାସକୁ ପ୍ରଭାବିତ କରିବାରେ ଲାଗିଛି । ଦୈନନ୍ଦିନ ଜୀବନଚର୍ଯ୍ୟା ଭିତରେ ଅତ୍ୟନ୍ତ ବୁଡ଼ି ରହିବା ଫଳରେ ଆମେ ଈଶ୍ଵରମନସ୍କ ହେବା ପରିବର୍ତ୍ତେ ଈଶ୍ଵରଙ୍କ ସ୍ଥିତିକୁ ନେଇ ଅନେକ ସମୟରେ ସନ୍ଦେହ ପ୍ରକାଶ କରୁଛୁ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ । ସନ୍ତୋଷ କୁମାର ମିଶ୍ରଙ୍କ ରଚିତ କବିତା ସଂକଳନ ‘ଇଷ୍ଟ ଈଶ୍ଵର’ ଏବଂ ‘ମାଇଁ କ୍ରଲ୍‌ ଏଥିଏଜମ୍’ଲୋକାର୍ପଣ କାର୍ଯ୍ୟକ୍ରମରେ ଅତିଥିମାନେ ଏହା କହିଥିଲେ । ଶଲ୍ୟ ବିଶେଷଜ୍ଞ ଡା. ପୂର୍ଣ୍ଣଚନ୍ଦ୍ର ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭାଷାବିତ୍ ପଦ୍ମଭୂଷଣ ଡ. ଦେବୀ ପ୍ରସନ୍ନ ପଟ୍ଟନାୟକ ଏବଂ ସୋଭିଏତ ଦେଶ ପତ୍ରିକାର ପୂର୍ବତନ ସମ୍ପାଦକ ତଥା ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ କବି ଅମରେଶ ପଟ୍ଟନାୟକ ମିଳିତ ଭାବେ ପୁସ୍ତକ ଉନ୍ମୋଚନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୂର୍ବତନ ଆଇପିଏସ ଅଫିସର ରାଜକିଶୋର ଦାଶ, ଶିକ୍ଷାବିତ ଡ. ମନ୍ମଥ କୁଣ୍ଡ, ସ୍ଵାବଲମ୍ବୀ ତଥା ଉତ୍କଳ ପ୍ରସଙ୍ଗ ପତ୍ରିକାର ପୂର୍ବତନ ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର , ଓଡ଼ିଶା ସରକାରଙ୍କ ପୂର୍ବତନ ଅତିରିକ୍ତ ସଚିବ ଅରବିନ୍ଦ ମିଶ୍ର, ପ୍ରଫେସର ନିର୍ମଳ ଚନ୍ଦ୍ର ଦାଶ, ପ୍ରଫେସର ପ୍ରଦ୍ୟୁମ୍ନ ଦାସ, ଆକାଶବାଣୀର ପୂର୍ବତନ ଅଧିକାରୀ କୃଷ୍ଣଚନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପିକା ସୌଦାମିନୀ ବେହେରା ମଞ୍ଚ ପରିଚାଳନା ଓ ଜଟଣୀ ସାହିତ୍ୟ ସଂସଦର ସମ୍ପାଦକ ସତ୍ୟବାଦୀ ସାହୁ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *