ରାଜ୍ୟସ୍ତରୀୟ କବିତା ଆସର

ପୁରୀ : ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ନନ୍ଦଳାଠାରେ ମାନସିଂହ ସାହିତ୍ୟ ସଂସଦ ପକ୍ଷରୁ ୩୦ତମ ମାସିକ ଆଭାଷୀ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୪୦ରୁ ଉର୍ଦ୍ଧ୍ଵ କବି ଓ କବୟତ୍ରୀ ଯୋଗ ଦେଇଥିଲେ । ଅନୁଷ୍ଠାନର ଉପଦେଷ୍ଟା ପ୍ରେମାନନ୍ଦ ବେହେରା, ମୁଖ୍ୟଅତିଥି ସମ୍ବଲପୁର ମୁକ୍ତ ବିଶ୍ଵବିଦ୍ୟାଳୟର ଓଡ଼ିଆ ବିଭାଗ ମୁଖ୍ୟ ଡ. ଲକ୍ଷ୍ମୀପ୍ରିୟା ବେହେରା ଯୋଗ ଦେଇ ନିଜର ମତ ରଖିଥିଲେ । ଡ. ମାୟାଧର ମାନସିଂହଙ୍କ ନିବିଡ଼ତା ଉପରେ ଶ୍ରୀ ବେହେରା ଆଲୋକପାତ କରିଥିଲାବେଳେ ସଂସଦର ସ୍ଥାୟୀ ସଭାପତି ବିଷ୍ଣୁ ପ୍ରସାଦ ଦଳେଇ ଅଧ୍ୟକ୍ଷତା କରିଥିଲେ । ସଂସଦର ସଦସ୍ୟ ଡ. ଲକ୍ଷ୍ମୀ ନାରାୟଣ ଦାସ ଆଜିର ଯୁବପିଢି ଏବଂ ଓଡ଼ିଆ ଭାଷା ସାହିତ୍ୟ ସମ୍ପର୍କକୁ ନିବିଡ଼ କରିବାକୁ ପ୍ରଚେଷ୍ଟା କରିବା ଆବଶ୍ୟକ ରହିଛି ବୋଲି କହିଥିଲେ । ପରେପରେ କବିତା ଆସରକୁ ସୁସାହିତ୍ୟିକା ସୁଶ୍ରୀ ପୂଜା ନାୟକ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଲଳିତ କୁମାର ସ୍ଵାଇଁ ଉପସ୍ଥିତ ଥିବାବେଳେ ସଂଯୋଜକ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଦେଇ କାର୍ଯ୍ୟକ୍ରମକୁ ଶେଷ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *