ବରିଷ୍ଠ ସାହିତ୍ୟିକ ରୋହିଣୀ ବେହେରାଙ୍କ ପୁସ୍ତକ “ପଞ୍ଚ ରାଗର ଆଳାପ”ର ଶୁଭ ଉନ୍ମୋଚନ

ଭୁବନେଶ୍ୱର : ‘ସୂର୍ଯ୍ୟୋଦୟ ଲିଟେରାରୀ ଫାଉଣ୍ଡେସନ’, କଳିଙ୍ଗ ବିହାର ଭୁବନେଶ୍ୱର ପକ୍ଷରୁ ପୁସ୍ତକ ଉନ୍ମୋଚନ ସଭା ତଥା କବିତା ପାଠୋଉତ୍ସଵ  ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ମାର୍ଚ୍ଚ ୧୨ ତାରିଖ, ରବିବାର ଦିନ ମାଷ୍ଟର କ୍ୟାଂଟିନ ହୋଟେଲ କେଶରୀ ସଭା ଗୃହରେ ଅନୁଷ୍ଠିତ ହୋଇଛି । ଯୁବ କବୟିତ୍ରୀ ସୁଶ୍ରୀ ଶୁଭସ୍ମିତା ପଟ୍ଟନାୟକଙ୍କର ପ୍ରଥମ ଇଂରାଜୀ ପୁସ୍ତକ “The Jewel In my Neck” ଏବଂ ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ରୋହିଣୀ ବେହେରାଙ୍କ ସପ୍ତମ ପୁସ୍ତକ “ପଞ୍ଚ ରାଗର ଆଳାପ”ର ଶୁଭ ଉନ୍ମୋଚନ ହୋଇଯାଇଛି । ଏହି ଉତ୍ସବରେ ଯୋଗ ଦେଇ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ସେଠୀ ସଭାପତିତ୍ୱ କରିଥିଲେ ଏବଂ ଉପସଭାପତି ସୁଶ୍ରୀ ଜାହ୍ନବୀ ଚୌଧୁରୀ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏହାସହିତ ସମ୍ପାଦକ ଶ୍ରୀମାନ ମନୋଜ କୁମାର ପଣ୍ଡା ନିଜର ସମ୍ପାଦକୀୟ ଅଭିବ୍ୟକ୍ତି ରଖି ଯୁବ ପ୍ରତିଭାମାନଙ୍କୁ ଉତ୍ସାହିତ କରିଥିବାବେଳେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ଅନ୍ତର୍ଜାତୀୟ ଖ୍ୟାତିସମ୍ପର୍ଣ୍ଣ ଲେଖିକା ଶ୍ରୀମତୀ ସ୍ୱପ୍ନା ବେହେରା, ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ତଥା ଲେଖକ ଡଃ ଶରତ ଚନ୍ଦ୍ର ରଥ, ବିଶେଷ ଅତିଥି ଭାବେ ଡଃ ଗାୟତ୍ରୀ ନାୟକ, ପ୍ରଶାନ୍ତ ରାଉତ ଏବଂ ପ୍ରଭାତ କୁମାର ପଟ୍ଟନାୟକ ଆଦି ସମବେତ ଭାବେ ଜଗତିକରଣରେ ସାହିତ୍ୟର ଭୂମିକା ଉପରେ ଆଲୋକପାତ କରିଥିଲେ ।

ଉକ୍ତ ଉତ୍ସବର ଦ୍ୱିତୀୟ ପର୍ଯ୍ୟାୟରେ ସୂର୍ଯ୍ୟୋଦୟ ପରିବାର ପକ୍ଷରୁ ଏକ କବିତା ପାଠୋତ୍ସବ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏହାକୁ ଚର୍ଚ୍ଚିତ ସଂଯୋଜକ ଶ୍ରୀମାନ ହୃଦୟ ରଞ୍ଜନ ପରିଡ଼ା ସଂଯୋଜନା କରିଥିବାବେଳେ ଏଥିରେ ସାମିଲ ହୋଇଥିଲେ ଅନେକ କବି ଓ କବୟିତ୍ରୀଗଣ । ଉତ୍ସବରେ ନିଜ ନିଜର ସ୍ୱରଚିତ କବିତା ପାଠ କରି ସମ୍ମାନିତ ବି ହୋଇଥିଲେ ସେମାନେ । ଶେଷରେ ସହ-ସମ୍ପାଦିକା ଉକ୍ତ ସଭାରେ ସଭା ସାଙ୍ଗ ପୂର୍ବକ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *