ଡ. ଶୈଳଜା ମିଶ୍ର

ପୂର୍ବ ଭଳି
ବରଷକେ ଥରେ
ନିର୍ଦ୍ଧିଷ୍ଟ ଦିନମାନଙ୍କରେ
ସେମାନେ ଆମର
ମନେପଡ଼ନ୍ତି,

ଉଇ ଲାଗିଥିବା ଫଟୋକୁ
ସେଦିନ କିନ୍ତୁ ଯତନରେ
ମଖମଲ କପଡ଼ା ଉପରେ ରଖି
ଗେଣ୍ଡୁ ମାଳା ପିନ୍ଧାଇ
ବଡ଼ବଡ଼ ଭାଷଣ ଦେଉ ଆମେମାନେ
ନିର୍ଜୀବ ମୂର୍ତ୍ତିମାନେ
ଫଟୋ ଉଠାଇବାକୁ
ବାଧ୍ୟ ହୁଅନ୍ତି,

ଭଦ୍ର ବାବୁମାନେ
ଖବରକାଗଜ ଓ
ଟିଭି ପରଦାରେ ନିଜର
ପଦବୀ ଓ କୀର୍ତ୍ତି ପାଇଁ
ବେଶ ଆନନ୍ଦ ପାଆନ୍ତି,

ସଭା ସମିତିରେ କରତାଳି,
ଜଳଖିଆରେ ସକାଳୁ ସନ୍ଧ୍ୟା ଯାଏ
ଚାଲେ ବିଶିଷ୍ଟ ଦିବସ ପାଳନ ।

ଜାତୀୟତା ଭାବ, ଦେଶ ଜାତି କଥା
ସ୍ଵଦେଶ ପ୍ରେମ ନେଇ ଅଭିଭାଷଣରେ
ଛାତି ଥରେ ଦିନକ ପାଇଁ
ପୁଣି ଅପେକ୍ଷା
ଅନ୍ୟ ଏକ ବିଶିଷ୍ଟ ଦିବସ
ରହିବ କିପରି ସ୍ମୃତିରେ ଅମଳିନ ।

ପଟିଆ, ଭୁବନେଶ୍ୱର

ଲେଖକ ପରିଚୟ

ଓଡ଼ିଶା ଲେଖିକା ସଂସଦର ଜଣେ ସଭ୍ୟା । ଅନେକ ପତ୍ରପତ୍ରିକାରେ ମୋର ମୋର ଲେଖା ପ୍ରକାଶିତ ହୋଇଥିଲେ ହେଁ ନିଜ ଅବହେଳା ଯୋଗୁ ଏଯାବତ ଖଣ୍ଡେ ସଂକଳନ କରିପାରି ନାହିଁ । ତେବେ ସାହିତ୍ୟକୁ ନେଇ ନିଜର ସାଧନା ଜାରି ରଖିଛି ।

Related Posts

Leave a Reply

Your email address will not be published. Required fields are marked *