ସାହିତ୍ୟିକଙ୍କୁ ଗଞ୍ଜାମର କବିତାଘର ସାହିତ୍ୟ ସମ୍ମାନ

ଭୁବନେଶ୍ୱର : ଗଞ୍ଜାମର କବିତାଘର ଲିଟେରାରୀ ଟ୍ରଷ୍ଟ ୨୦୨୩ ବର୍ଷ ନିମନ୍ତେ ସାହିତ୍ୟ ପୁରସ୍କାର ଘୋଷଣା କରିଛି । ଅନୁଷ୍ଠାନର ଅଧ୍ୟକ୍ଷ ଭାଗୀରଥି ବେହେରା ଏବଂ ସଭାପତି ଡା. ରାଜେନ୍ଦ୍ର କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଗଞ୍ଜାମର କବିତାଘର କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ମନୋନୀତ ସାରସ୍ଵତ ସ୍ରଷ୍ଟାଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି । ସାହିତ୍ୟର ପାଞ୍ଚଟି ବିଭାଗରେ ୨୦୨୩ ବର୍ଷ ପାଇଁ ୬ ଜଣ ସାହିତ୍ୟିକ ଏହି ପୁରସ୍କାର ପାଇବେ ବୋଲି ମାର୍ଗଦର୍ଶକ ଗଦାଧର ପାତ୍ର, କବୟତ୍ରୀ ଜ୍ୟୋତ୍ସ୍ନା କୁମାରୀ ପ୍ରଧାନ, ସୌଜନ୍ୟ ସମ୍ପାଦିକା ଜୟନ୍ତୀ ବେହେରା, ସୌଜନ୍ୟ ସମ୍ପାଦକ ଭାଗୀରଥି ପଣ୍ଡା, ସହ ସମ୍ପାଦକ ଅଧ୍ୟାପକ ତ୍ରିଲୋଚନ ଦାସ, ଧର୍ମାନନ୍ଦ ମହାରଣା ଓ କବି ସୁଦାମ ପାଣିଗ୍ରାହୀ ସହମତି ପ୍ରଦାନ କରିଥିଲେ । କବିତା କ୍ଷେତ୍ରରେ କେନ୍ଦ୍ରାପଡ଼ା ଜିଲ୍ଲାର କବୟତ୍ରୀ ପୁଷ୍ପାଞ୍ଜଳି ପଣ୍ଡା, ଖଲ୍ଲିକୋଟର କବୟତ୍ରୀ ସରୋଜବାଳା ପଟ୍ଟନାୟକ ‘ଜିଲ୍ଲାସ୍ତରୀୟ କବିତା ସମ୍ମାନ’ ପାଇବାକୁ ନିର୍ଦ୍ଦିଷ୍ଟ କରାଯାଇଛି ।

କବିତା ପୁସ୍ତକ ସମ୍ମାନରେ ସମ୍ମାନିତ ହେବେ ‘ଭଜନ ମଞ୍ଜରୀ’ କବିତା ସଂକଳନ ନିମନ୍ତେ ସ୍ଵର୍ଗତ ବାଇବିନ ବାବା ପାଇବେ ଖଲ୍ଲିକୋଟ ମାଟିର ସାହିତ୍ୟିକ ସୁଧାଂଶୁ ଶେଖର ସାହୁଙ୍କ ମାତାଙ୍କ ସ୍ମୃତିରେ ପ୍ରଦତ୍ତ ସ୍ଵର୍ଗତା ‘ଦେବମଣି ସାହୁ ପୁସ୍ତକ ସ୍ମୃତି ସମ୍ମାନ’ ଓ ଗୀତିନାଟ୍ୟ ‘ଅଶୋକ ବାଟିକାରେ ସୀତା’ ନିମନ୍ତେ ଗଞ୍ଜାମ ବ୍ଲକର କବି ଏନ ଯୋଗେଶ ଚନ୍ଦ୍ର ପ୍ରଧାନ ପାଇବେ ଡା. ରାଜେନ୍ଦ୍ର କୁମାର ବେହେରାଙ୍କ ମାତାଙ୍କ ସ୍ମୃତିରେ ପ୍ରଦତ୍ତ ‘ସ୍ଵର୍ଗତା ରୁକୁଣା ବେହେରା ପୁସ୍ତକ ସ୍ମୃତି ସମ୍ମାନ’ । ଏଥର ଉତ୍ତମ ପ୍ରକାଶନୀ ନିମନ୍ତେ ‘ଶ୍ରେଷ୍ଠ ପ୍ରକାଶକ ସମ୍ମାନ’ରେ ସମ୍ମାନିତ ହେବେ ପବିତ୍ର ବ୍ରହ୍ମପୁତ୍ର ବନଫୁଲ ପ୍ରକାଶନୀ, କଟକ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ‘ଶ୍ରେଷ୍ଠ ସମ୍ପାଦକ ସମ୍ମାନ’ ସମ୍ମାନିତ ହେବେ ରାୟଗଡ଼ାରୁ ପ୍ରକାଶିତ ସାହିତ୍ୟ ପତ୍ରିକା ‘ପଞ୍ଚବଟୀ’ର ସମ୍ପାଦକ ସାହିତ୍ୟିକ ଶ୍ରୀ ସୁଶାନ୍ତ କୁମାର ନାୟକ । ଟ୍ରଷ୍ଟ ତରଫରୁ ଅକ୍ଟୋବର ୧୫ ତାରିଖ ବ୍ରହ୍ମପୁର ଠାରେ ଏକ ଭବ୍ୟ ସାହିତ୍ୟିକ ଆୟୋଜନରେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ଘୋଷଣା କରାଯାଇଛି ।

Related Posts

Leave a Reply

Your email address will not be published. Required fields are marked *