ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡସରେ ସ୍ଥାନ ପାଇଲା ଡ. ଲକ୍ଷ୍ମୀକାନ୍ତ ଦାଶଙ୍କ କବିତା

ଭୁବନେଶ୍ଵର : ଯାଜପୁର ଜିଲ୍ଲା ସୁକିନ୍ଦା ନିବାସୀ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କବି ଡ. ଲକ୍ଷ୍ମୀକାନ୍ତ ଦାଶ ବିଶ୍ଵ ଦରବାରରେ ନିଜର ପରାକାଷ୍ଠା ପ୍ରତିପାଦନ କରିପାରିଛନ୍ତି । ତାଙ୍କ କବିତା ଗିନିଜ୍ ବୁକ୍ ଅଫ୍ ୱାର୍ଲ୍ଡରେ ସ୍ଥାନ ପାଇଛି । ନବେ ଦେଶର ଦୁଇ ହଜାର ଶ୍ରେଷ୍ଠ କବିଙ୍କୁ ନେଇ ପ୍ରକାଶିତ କବିତା ବହି ‘ହାଇପର ପୋଏମ’ରେ ଡ. ଲକ୍ଷ୍ମୀକାନ୍ତ ଦାଶଙ୍କ କବିତା ସ୍ଥାନ ପାଇଛି । ଏହାଛଡ଼ା ଡ. ଦାଶ ଥିଓପାନି ବିଶ୍ଵବିଦ୍ୟାଳୟରୁ ଅନେରାରୀ ଡିଲିଟ ଉପାଧି ପାଇଛନ୍ତି । ଏତଦବ୍ୟତୀତ ପୃଥିବୀର ବିଭିନ୍ନ ସାହିତ୍ୟ ସଂସ୍ଥା ଓ ବିଶ୍ଵବିଦ୍ୟାଳୟରୁ ୨୫ଟି ଅନେରାରୀ ପିଏଚଡି ହାସଲ କରିପାରିଛନ୍ତି ।

ସୂଚନାଥାଉ କେ ଶ୍ରୀ ଦାଶ ୭୦୦ରୁ ଉର୍ଦ୍ଧ୍ଵ ଇଂରାଜୀ କବିତା ରଚନା କରିଛନ୍ତି । ସେ ଏକାଧାରରେ ଜଣେ ଓଡ଼ିଆ ଭାଷାର ସୁନାମଧନ୍ୟ କବି ଭାବେ ବିଭିନ୍ନ ଅନୁଷ୍ଠାନ ଦ୍ଵାରା ପୁରସ୍କୃତ ହେବା ସହିତ ତାଙ୍କର କବିତ୍ଵ ସୁକିନ୍ଦା ମାଟିର ଗୌରବକୁ ବିଶ୍ଵ ଦରବାରରେ ପହଞ୍ଚାଇ ପାରିଛି । ଏଥିପାଇଁ ଶ୍ରୀ ଦାଶଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Related Posts

Leave a Reply

Your email address will not be published. Required fields are marked *