ପ୍ରଖ୍ୟାତ ଲେଖକ ପଣ୍ଡିତ ନୀଳମଣି ମିଶ୍ରଙ୍କ ୨୬ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି

ଭୁବନେଶ୍ୱର : ପ୍ରଖ୍ୟାତ ଲେଖକ ପଣ୍ଡିତ ନୀଳମଣି ମିଶ୍ରଙ୍କ ୨୬ତମ ଶ୍ରାଦ୍ଧୋତ୍ସବ କେଦାରନାଥ ଗବେଷଣା ପ୍ରତିଷ୍ଠାନରେ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି । ପ୍ରତିଷ୍ଠାନର ସଭାପତି ରଘୁନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟ ମୁଖ୍ୟ ଅତିଥି, ପୋଥି ବିଶାରଦ ଡ. ପ୍ରସନ୍ନ କୁମାର ସାମନ୍ତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନୀଳମଣିଙ୍କ ଅନୁବାଦ ଓ ସମ୍ପାଦନା ଉପରେ ଗୁରୁତ୍ଵାରୋପ କରିଥିଲେ । ପଣ୍ଡିତ ନୀଳମଣିଙ୍କ ସମ୍ପାଦିତ ଓଡ଼ିଆ ଭାଗବତ ଅତୁଳନୀୟ ବୋଲି ମୁଖ୍ୟ ଅତିଥି କହିଥିଲେ ।

କେଦାରନାଥ ଗବେଷଣା ପ୍ରତିଷ୍ଠାନର ସମ୍ପାଦକ ଡ. ରମେଶ ଚନ୍ଦ୍ର ପାଣି ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ଯୁଗ୍ମ ସମ୍ପାଦକ ଡ. ଦେବାଶିଷ ମହାପାତ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଅନ୍ୟତମ ଯୁଗ୍ମ ସମ୍ପାଦକ ଅରୁଣ କୁମାର ନାୟକ ଧନ୍ୟବାଦ ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଡ. ଜେନାମଣି ସଂଜିବ କୁମାର, ବିମଳ କିଶୋର ମିଶ୍ର, ଶିବ କୁମାର ମିଶ୍ର, ଜୟଶ୍ରୀ ମିଶ୍ର, ଡ. ଶକୁନ୍ତଳା ବଳିୟାରସିଂ, ଭାଗୀରଥ ମହାପାତ୍ର, ରବୀନ୍ଦ୍ର ନାଥ ମିଶ୍ର, ଡା. ଜୀବନ କୃଷ୍ଣ ମିଶ୍ର, ପଣ୍ଡିତ ବିରଞ୍ଚି ନାରାୟଣ ମିଶ୍ର, ଡ. ଯୋଗୀନାଥ ସାହୁ, ଜାନକୀବଲ୍ଲଭ ମହାନ୍ତି, ଦେବେନ୍ଦ୍ର ନାଥ ଦାଶ, ଜଗତ ଚନ୍ଦ୍ର ଦାସ, ତନୟାଦାସ ଗୋସ୍ଵାମୀ, ବିବେକାନନ୍ଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *