ଉତ୍କଳ ଘଣ୍ଟ ହାସ୍ୟ ରସିକ ସମ୍ମାନ ପାଇବେ ସତ୍ୟାନାଶ

ନୟାଗଡ଼ : ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ମଇ ୭ ତାରିଖରେ ‘ବିଶ୍ଵ ହାସ୍ୟ ଦିବସ’ ପାଳନ କରାଯିବ । ଏହି ଅବସରରେ ନୟାଗଡ଼ ପୁରୁଣା ସହର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖ ମଣ୍ଡପରେ ‘ହସି ହସାଅ’ କାର୍ଯ୍ୟକ୍ରମର ଆୟୋଜନ ହେବ । ଏଥିରେ ବ୍ୟଙ୍ଗ କବି ସତ୍ୟାନାଶଙ୍କୁ ରାଜ୍ୟ ସ୍ତରୀୟ ସମ୍ମାନ ସମେତ ୨୧ ହଜାର ଟଙ୍କା ଅର୍ଥରାଶି, ଉପାୟନ ଓ ମାନପତ୍ର ଆଦି ପ୍ରଦାନ କରାଯିବ । ଏହାକୁ ମଧୁମୟ କରିବାକୁ ଓଡ଼ିଶାର ହାସ୍ୟବ୍ୟଙ୍ଗର ଧୂରୀଣ କଳାକାରମାନେ ଯୋଗ ଦେବେ ବୋଲି ଅନୁଷ୍ଠାନର ସଭାପତି ପ୍ରମୋଦ ପଟ୍ଟନାୟକ କହିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *