ଶିଶୁ ସାହିତ୍ୟିକ ପ୍ରଫୁଲ୍ଲ ଦାଶଙ୍କ ଦେହାନ୍ତ

ଯାଜପୁର : ସୁକିନ୍ଦା ବ୍ଲକ ଅତ୍ତା ଗାଁର ଗୁରୁକୁଳ ଆଶ୍ରମର ପ୍ରଧାନ ଆଚାର୍ଯ୍ୟ ତଥା ସୁକିନ୍ଦା ସାହିତ୍ୟ ସମାଜର ଉପଦେଷ୍ଟା ପ୍ରଫୁଲ୍ଲ କୁମାର ଦାଶ (୭୬)ଙ୍କର ଗତ ୮ ତାରିଖ ରାତିରେ ଦେହାନ୍ତ ହୋଇଯାଇଛି । ସେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିକ୍ଷକତା କରି ଅବସର ନେଇଥିଲେ । ଏକାଧାରରେ ଜଣେ ଶିଶୁ ସାହିତ୍ୟିକ, କବି, ନାଟ୍ୟକାର ଓ ଜଣାଶୁଣା ପାଲା ଗାୟକ ଭାବେ ପରିଚିତ ଥିଲେ । ମୃତ୍ୟୁଶଯ୍ୟା ନିକଟରେ ପତ୍ନୀ କବୀ ପ୍ରମିଳା ଦାଶ, ପୁଅ ଶିକ୍ଷକ ଡ. ଦୟାନିଧି ଦାଶ, ୨ ବୋହୂଙ୍କ ସମେତ ଆତ୍ମୀୟସ୍ଵଜନ ଉପସ୍ଥିତ ଥିଲେ । ସୁକିନ୍ଦା ସାହିତ୍ୟ ସମାଜର ସଭାପତି ଡ. ଅକ୍ଷୟ କୁମାର ଭୂୟାଁ, ସମ୍ପାଦକ ଅଧ୍ୟାପକ ହିମାଂଶୁ ଶେଖର ଦ୍ଵିବେଦୀଙ୍କ ସମେତ ବହୁ ଶୁଭେଚ୍ଛୁ ଓ ସାରସ୍ଵତ ସାଧକ ତାଙ୍କ ଅନ୍ତିମ ଦର୍ଶନ କରିଥିଲେ । ମରଶରୀରକୁ ଶୋଭାଯାତ୍ରାରେ ଗାଁ ପରିକ୍ରମା କରାଯାଇଥିଲା । ସ୍ଵର୍ଗତ ଦାଶଙ୍କ ସାହିତ୍ୟ କୃତି ମଧ୍ୟରେ ଭଜନ ମାଳିକା, ମହାଲକ୍ଷ୍ମୀ ଭଜନ ମାଳା, କୁହୁକ ଗୀତ, ନିଆରା ମନ୍ଥନ, ଭିନ୍ନ ଭାବନା, ମାନଶିକ୍ଷା, ମାଧୁରୀ, ଶ୍ରାବଣ ଭାର, ସୁଦଶା ବ୍ରତ କଥା, ଭାଗବତ ବାଣୀ ଓ ଶୁଭଚିନ୍ତକ ପାଠକୀୟ ଆଦୃତି ଲାଭ କରିଛି । ତାଙ୍କ ଦ୍ଵାରା ଲିଖିତ ୧୪ ଗୋଟି ନାଟକ ଓ ଗୀତିନାଟ୍ୟର ପାଣ୍ଡୁଲିପି ପ୍ରକାଶନ ଅପେକ୍ଷାରେ ରହିଛି ।

Related Posts

Leave a Reply

Your email address will not be published. Required fields are marked *