ସାରଳା ସାହିତ୍ୟ ସଂସଦର ସଙ୍ଗୀତ ଉନ୍ମୋଚିତ

ଭୁବନେଶ୍ଵର : ସାରଳା ଭବନଠାରେ ସାରଳା ସାହିତ୍ୟ ସଂସଦର ସଙ୍ଗୀତ ଉନ୍ମୋଚିତ ହୋଇଯାଇଛି । ସଂସଦର ପ୍ରତିଷ୍ଠାତା ଡ. ଇଂ. ପ୍ରଭାକର ସ୍ଵାଇଁ ଏହାକୁ ଉନ୍ମୋଚନ କରିଥିଲେ । ଏହି ସଙ୍ଗୀତରେ ଆଦିକବି ସାରଳା ଦାସ, ଅତିବଡ଼ୀ ଜଗନ୍ନାଥ ଦାସ, ସ୍ଵଭାବ କବି ଗଙ୍ଗାଧର ମେହେର, କବିବର ରାଧାନାଥ ରାଏ, ପଣ୍ଡିତ ଗୋଦାବରୀଶ ମିଶ୍ର, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ରଚିତ ଆମ ମାତୃଭୂମି ଓ ମାତୃଭାଷା ବନ୍ଦନାର ପଂକ୍ତିମାନ ସ୍ଥାନିତ କରାଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଚାରପତି ମଦନମୋହନ ଦାସ ଯୋଗ ଦେଇ ସଂସଦ ପକ୍ଷରୁ ଏହା ଏକ ଅଭିନନ୍ଦନୀୟ ପଦକ୍ଷେପ ବୋଲି କହିଥିଲେ । ସଭାପତି ଡ. ସ୍ଵାଇଁ କହିଲେ ଦୀର୍ଘ ୪୩ ବର୍ଷ ଧରି ସାରଳା ସାହିତ୍ୟ ସଂସଦ ଓଡ଼ିଆ ସାହିତ୍ୟର ପ୍ରଚାର ଓ ପ୍ରସାର ଦିଗରେ ନିରବଚ୍ଛିନ୍ନ କାର୍ଯ୍ୟ କରୁଛି । ସଙ୍ଗୀତରେ କଣ୍ଠଶିଳ୍ପୀ ତୃପ୍ତି ଦାସ ଓ କଣ୍ଠଶିଳ୍ପୀ କରୁଣାକର ଓ ସାଥୀମାନେ କଣ୍ଠଦାନ କରିଛନ୍ତି । ସଙ୍ଗୀତଜ୍ଞ ବିଶ୍ଵନାଥ ମିଶ୍ର ସଙ୍ଗୀତ ସଂଯୋଜନା କରିଥିବାବେଳେ ଜଗନ୍ନାଥ ପଣ୍ଡା ସଙ୍ଗୀତ ରୂପ ଦେଇଛନ୍ତି । କାର୍ଯ୍ୟକ୍ରମରେ ଡ. ନିରଞ୍ଜନ ତ୍ରିପାଠୀ, ଡା. ନିମାଇଁ ଚରଣ ପରିଜା, ଡ. ବାବାଜୀ ଚରଣ ପଟ୍ଟନାୟକ, ଗାଳ୍ପିକା ସୋହାଗିନୀ ବେହେରା, ଗାଳ୍ପିକ ତରୁଣ କୁମାର ସାହୁ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *