ତାମିଲ ଲେଖିକା ଶିବଶଙ୍କରୀଙ୍କୁ ସରସ୍ଵତୀ ସମ୍ମାନ

ନୂଆଦିଲ୍ଲୀ : ୨୦୨୨ ମସିହା ପାଇଁ ସମ୍ମାନଜନକ ସରସ୍ଵତୀ ସମ୍ମାନ ତାମିଲ ଲେଖିକା ଶିବଶଙ୍କରୀଙ୍କୁ ପ୍ରଦାନ କରାଯିବ । ସୂର୍ଯ୍ୟ ବଂଶମ୍ ପୁସ୍ତକ ପାଇଁ ସେ ଏହି ସମ୍ମାନ ପାଇବେ । କେ କେ ବିରଳା ଫାଉଣ୍ଡେସନ ପକ୍ଷରୁ ପ୍ରତିଷ୍ଠିତ ଏହି ପୁରସ୍କାର ବାବଦରେ ଲେଖିବାକୁ ୧୫ ଲକ୍ଷ ଟଙ୍କା ମାନପତ୍ର ଏବଂ ସ୍ମୃତିଫଳକ ପ୍ରଦାନ କରାଯିବ । ଶିବଶଙ୍କରୀଙ୍କ ସୂର୍ଯ୍ୟ ବଂଶମ୍ (ସଂକରଣ) ୨୦୧୯ ମସିହାରେ ପ୍ରକାଶ ପାଇଥିଲା ।

ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଅର୍ଜନ କୁମାର ସିକ୍ରିଙ୍କ ଅଧ୍ୟକ୍ଷତାରେ ଗଠିତ ଉଚ୍ଚସ୍ତରୀୟ ଚୟନ ପରିଷଦ ବିଜେତାଙ୍କୁ ଚୟନ କରିଛି । ସମ୍ବିଧାନ ଅଷ୍ଟମ ପରିଚ୍ଛଦରେ ସ୍ଥାନିତ ୨୨ଟି ଭାରତୀୟ ଭାଷାରେ ଲିଖିତ ପୁସ୍ତକକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ । ଚଳିତ ଥର ୨୦୧୨ରୁ ୨୦୨୧ ମଧ୍ୟରେ ପ୍ରକାଶିତ ପୁସ୍ତକଗୁଡ଼ିକୁ ୨୨ଟି ଭାଷା କମିଟି ୨୨ଟି ପୁସ୍ତକକୁ କ୍ଷେତ୍ରୀୟ କମିଟିକୁ ସୁପାରିଶ କରିଥିଲା । ସେହି ୫ଟି ପୁସ୍ତକ ମଧ୍ୟରେ ଶିବଶଙ୍କରୀଙ୍କ ସୂର୍ଯ୍ୟ ବଂଶମ୍ ସହିତ ବିଶିଷ୍ଟ ଓଡ଼ିଆ କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ କବିତା ପୁସ୍ତକ ‘ଆପଣ ଅଛନ୍ତି’ ରହିଥିଲା । ଚୂଡ଼ାନ୍ତ ପର୍ଯ୍ୟାୟକୁ ଯାଇଥିବା ଅନ୍ୟ ତିନିଜଣ ଲେଖକ ହେଲେ ସାନ୍ତାଳୀ ଭାଷାର ବାଦଲ ହେମ୍ବ୍ରମ, ପଞ୍ଜାବୀ କବୀ ବନୀତା ଏବଂ ସିନ୍ଧି ଲେଖକ ଜେଠୋ ଲାଲୱାନି । ଉଲ୍ଲେଖଯୋଗ୍ୟ, ବିରଳା ଫାଉଣ୍ଡେସନ ପକ୍ଷରୁ ୧୯୯୧ ମସିହାରୁ ଏହି ସମ୍ମାନ ଦେଶର ଖ୍ୟାତନାମା ଲେଖକମାନଙ୍କୁ ପ୍ରଦାନ କରାଯାଇଆସୁଛି ।

Related Posts

Leave a Reply

Your email address will not be published. Required fields are marked *