ଗୀତି କବିତା ‘ପ୍ରୀତି ପ୍ରମୋଦିନୀ’ ଲୋକାର୍ପିତ

ଭୁବନେଶ୍ୱର ସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ଆଶ୍ରା କ୍ଲବର ବିଂଶତମ ସ୍ୱନକ୍ଷତ୍ର ପାଳିତ ହୋଇଛି । ଏହି ଅବସରରେ ନରେନ୍ଦ୍ର ନାଥ ଦାଶଙ୍କ ଗୀତି କବିତା ପୁସ୍ତକ ‘ପ୍ରୀତି ପ୍ରମୋଦିନୀ’ ଲୋକାର୍ପିତ ହୋଇଛି । ମୁଖ୍ୟ ଅତିଥି ଭାବେ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ଯୋଗଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଠ ସାହିତ୍ୟିକ ଦାସ ବେନହୁର, ସମ୍ମାନିତ ଅତିଥି ଭାବେ କୁଇଜ୍‍ ମାଷ୍ଟର ଚନ୍ଦ୍ର ବିଜୟ ମିଶ୍ର, ପ୍ରାଧ୍ୟାପକ ଅଜୟ କୁମାର ମହାନ୍ତି, ଗୀତି ଗଙ୍ଗୋତ୍ରୀର ସମ୍ପାଦକ ରବି ମହାପାତ୍ର, ବିଜୟ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ କଣ୍ଠଶିଳ୍ପୀ ଲୋରା ଓ ଅନିନ୍ଦିତା ଦାସ କବିତା ଆବୃତ୍ତି କରିଥିଲେ । ଅଧ୍ୟାପିକା ସୌଦାମିନୀ ବେହେରା ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *