ମନୋଜ ଦାସ

ବିଲାତ ଦେଶରେ ଏକ ହଳଦିଆ ଭାଲୁ
କହିପାରେ କଥା ଗୁଲୁଗୁଲୁ
ମୁଁ ଯଦି ଏ କଥା କହନ୍ତି
ମାନି ନେବ ଅବନୀ ମହାନ୍ତି ।

ଅବନୀ ମହାନ୍ତି ମୋର ଚାଲିଗଲା
ଇହଧାମ ଛାଡି଼
ଏକାଶୀ ବରଷ ବଞ୍ଚି, ନ ଜାଣି ସେ
କିସ ରେଳଗାଡି଼ ।

ତୁମ ଭଳି ମହାଶୟ ପୃଥିବୀରେ ଦ୍ୱିତୀୟ ନାହାନ୍ତି !
ଅଥଚ ଶୁଣିଲେ ତୁମେ ହସି ଦେବ ଅବନୀ ମହାନ୍ତି !
ସେଦିନ ମୁଁ ଆନିକଟ୍‍ ଶେଷ ମଥାନରେ
ଆକଶକୁ ଚାହିଁ ଦେଇ ଚନ୍ଦ୍ରମାକୁ କହିଲି ତୁଚ୍ଛାରେ
‘ଇନ୍ଦୋନେସିୟାରେ ଅଛି ମାଇକିନା ଏକ
ନଅ ହାତ ଉଚ୍ଚ ସିଏ, ପାଞ୍ଚ ହାତ ବେଢ଼ ଚାରିପାଖ ।’

ଜହ୍ନବୁଢ଼ୀ, ଏଡି଼କି ସେ ଓଲୁ
ନିଶ୍ଚିନ୍ତେ ବିଶ୍ୱାସ କରି ମେଘ ଡେଇଁ ଚାଲେ ଗୁଲୁଗୁଲୁ ।

ଅବନୀ ମହାନ୍ତି ଶୁଣ, କିଛି ଗୁଣ ଥିଲେ ମୋ ହାତରେ
ଏଇ ଜହ୍ନବୁଢ଼ୀଟାକୁ ଛନ୍ଦିଥାନ୍ତି ତୁମରି ଗଳାରେ ।

ହଳଦିଆ ଭାଲୁ

Related Posts

Leave a Reply

Your email address will not be published. Required fields are marked *