ଜ୍ଞାନେନ୍ଦ୍ର

ଅଧା ଖରା ଅଧା ଛାଇର
ଷଢ଼ଋତୁରେ ଅଭିମନ୍ତ୍ରିତ ହୋଇ
ମାଟି ହସିଉଠି ଜୀଉଁଥିଲା ପରି,
ପ୍ରାପ୍ତି ଅପ୍ରାପ୍ତି ହସ ଲୁହର
ପର୍ଯ୍ୟାୟବାଚୀରେ
ପ୍ରେମକୁ ବି ତ
ଜୀଇଁବାକୁ ହୁଏ ।


କେବେ କେବେ
ଦୀର୍ଘଦିନ ଧରି ଖେଳି ଯାଇପାରେ
ନିରାଶାର ଅତିରଞ୍ଜିତ ଗ୍ରୀଷ୍ମ ଉତ୍ତାପ !
ଏ ତ’ ସମୟ ଆଉ ବିଧି ନିର୍ଦିଷ୍ଟ,,
କଥା ଦିଅ, ତଥାପି
କେବେ ହୃଦୟରୁ ନ’ ଲିଭୁ
ଆଶା ସମ୍ଭାବନାର ଅସ୍ତିତ୍ୱ
ଧୈର୍ଯ୍ୟର ଅମୋଘ ଅସ୍ତ୍ର…।
ମାଟି ଯଦି ବାଞ୍ଝ ନୁହେଁ ହୃଦୟ କାହିଁକି ?


ଜାଣିଛ ?
ଅଠର ଶହ ଛ’ଷଠିର
ଅଭାବନୀୟ ଦୁଃଖ କଷଣ ପରେ
ଯେଉଁ ମାଟିର ଛାତି ଫାଟିଯାଇ
ଆଁ କରିଥିଲା,,
ଆଜି ପର୍ଯ୍ୟନ୍ତ
ସେଇ ଫଟା ମାଟିରେ
ସେବେଠାରୁ ସୁନା ଫଳୁଛି ।

ଜ୍ଞାନେନ୍ଦ୍ର ପେସାରେ ଜଣେ ସୂଚନା ପ୍ରଯୁକ୍ତିବିଦ୍ୟାରେ ଇଞ୍ଜିନିୟର । ବାଲେଶ୍ୱର ଜିଲ୍ଲାରେ ତାଙ୍କର ଜନ୍ମ । କବିତା, ନାଟକ, ଏକାଙ୍କିକା, ପ୍ରବନ୍ଧ ଆଦି ସାହିତ୍ୟର ସବୁ ବିଭାଗରେ ସେ ନିୟମିତ ଲେଖାଲେଖି କରୁଛନ୍ତି । ବିଶେଷ ଭାବେ ସାମାଜିକ ଗଣମାଧ୍ୟମରେ କବିତା ଲେଖି ପାଠକଙ୍କ ପ୍ରିୟ ହୋଇପାରିଛନ୍ତି । ଏହା ବ୍ୟତୀତ ସେ ଭାଗବତ ଟୁଙ୍ଗୀର ପୁନରୁଦ୍ଧାର ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି ।

Related Posts

Leave a Reply

Your email address will not be published. Required fields are marked *