ତ୍ରୈମାସିକ ସାହିତ୍ୟ ପତ୍ରିକା ‘ପାଇକ ବାର୍ତ୍ତା’ ଉନ୍ମୋଚିତ

ଭୁବନେଶ୍ୱର : ଓଡ଼ିଶା ଅତୀତ ଇତିହାସର ଶୌର୍ଯ୍ୟ, ବୀର୍ଯ୍ୟ, ଐତିହ୍ୟ ଓ ବୀରତ୍ଵ ବ୍ୟଞ୍ଜକ କାହାଣୀକୁ ନେଇ ଆଧାରିତ ତ୍ରୈମାସିକ ସାହିତ୍ୟ ପତ୍ରିକା ‘ପାଇକ ବାର୍ତ୍ତା’ ସୋମବାର ଦିନ ଶାସ୍ତ୍ରୀନଗର, ଶ୍ରୀଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ଏକ ସାହିତ୍ୟ ସମ୍ମିଳନୀରେ ଉନ୍ମୋଚିତ ହୋଇଯାଇଛି । ଏଥିରେ ପାଇକ ବାର୍ତ୍ତାର ସମ୍ପାଦକ ଡ. ଦିଲ୍ଲୀପ ଶ୍ରୀଚନ୍ଦନ ସଭାପତିତ୍ଵ କରିଥବାବେଳେ ପାଇକ ବାର୍ତ୍ତାର ପ୍ରତିଷ୍ଠାତା ଗୀତିକାର ହରିବନ୍ଧୁ ମଙ୍ଗରାଜ, କାର୍ଯ୍ୟକାରୀ ସମ୍ପାଦକ କବି ନିଶିକାନ୍ତ କହଲସିଂହ, ତ୍ରିଲୋଚନ ଦାସ, ଓଡ଼ିଶା ପାଇକ ଆଖଡ଼ା ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, କଣ୍ଠଶିଳ୍ପୀ ପ୍ରଶାନ୍ତ ପାଢୀ, ସ୍ତମ୍ଭକାର ରମେଶ ଚନ୍ଦ୍ର ପାତାଳସିଂହ, ରାମଚନ୍ଦ୍ର ଭୋଇ, ଅମରେନ୍ଦ୍ର ମହାପାତ୍ର ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *