କବିୟତ୍ରୀ ଗୀତାଞ୍ଜଳି ପୃଷ୍ଟି ସମ୍ବର୍ଦ୍ଧିତ

ଭୁବନେଶ୍ଵର : ରେବା ରାୟ ଫଉଣ୍ଡେସନ ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ଶିଶୁ ଲେଖକ ସମାବେଶ କଟକ ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କବିୟତ୍ରୀ ଗୀତାଞ୍ଜଳି ପୃଷ୍ଟିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଗୀତାଞ୍ଜାଳି ଦେବୀ ଏକାଧାରରେ ଜଣେ ପ୍ରଧାନ ଶିକ୍ଷୟତ୍ରୀ, କବିୟତ୍ରୀ ଓ ସଂଯୋଜିକ । ଜଣେ ପରୋପକାରୀ ମିଷ୍ଟଭାଷୀ ମହିଳା ଭାବେ ସେ ବେଶ ପରିଚିତ । କବିୟତ୍ରୀ ଗୀତାଞ୍ଜଳି ନିଜ ଲିଖନୀରୁ ଅନେକ ପୁସ୍ତକ ଓ କବିତା ସାହିତ୍ୟ ସମାଜକୁ ଭେଟି ଦେଇଛନ୍ତି ।

ସୂଚନା ଅନୁସାରେ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ. ସୁନାମଣି ରାଉତ, ବରେଣ୍ୟ ଅତିଥି ଭାବେ ଡ. ଅଭୟ କୁମାର ରାଉତ ସମେତ ରାଜ୍ୟର ବିଶିଷ୍ଟ କବିମାନେ ଉପସ୍ଥିତ ଥିଲେ ।

Related Posts

Leave a Reply

Your email address will not be published. Required fields are marked *