ଡମ୍ବରୁଧର ବେହେରା

ଧରଣୀ କାନ୍ଦୁଛି ମଥା ପିଟି ଆଜି
ଆତଙ୍କିତ ଧରା ଆତଙ୍କ ଦ୍ଵାରା
ଆତଙ୍କବାଦୀଙ୍କ ଆକ୍ରମଣ ପାଇଁ
ହତ୍ୟା ଆତତାୟୀ ଦୂଷିତ ପୁରା । (୧)
ରଖି ଭେଦଭାବ ନର ରାକ୍ଷସ
ନେଉଛି ନିରୀହ ଜୀବନ ବାଜି
ଟାଣି ସୀମାରେଖା କରି ଅତ୍ୟାଚାର
ପାଶବ ନିର୍ଦ୍ଦୟ ମଣିଷ ସାଜି । (୨)
ମୁକାବିଲା ପାଇଁ ଏକଜୁଟ ହୁଅ
ହୋଇବ ଦେଶର ଅସ୍ତିତ୍ଵ ରକ୍ଷା
ପହଲଗାମର ବୈସାରନ ଘାଟି
ଦେଶ ଅଖଣ୍ଡତା ହେବ ସୁରକ୍ଷା । (୩)
ଖୋଲା ଛାଡ଼ିଦିଅ ସୈନ୍ୟ ଦଳବଳ
ହଟିବ ଦୂଷିତ ନର ସଂହାର
ବୀରର ଜାତକେ ଡରଭୟ ନାହିଁ
କରିବାକୁ ଶତ୍ରୁ ପରେ ପ୍ରହାର । (୪)
ହେଲେ ହେଉପଛେ ବିଶ୍ଵ ମହାଯୁଦ୍ଧ
ଧ୍ଵଂସ ହେଇଯାଉ ଆତଙ୍କବାଦ
ନଝରୁ କାହାରି ଅଶ୍ରୁ ଧାରଧାର
ଜଳିଜଳି ବୀର ରଚୁ ପ୍ରବାଦ
ଜଳିଜଳି ବୀର ରଚୁ ପ୍ରବାଦ । (୫)
ଜଗଦଳପୁର, ବସ୍ତର, ଛତିଶଗଡ଼, ମୋ – ୯୪୩୭୭୮୮୪୬୪
ଲେଖକ ପରିଚୟ
ପେଶା ଶିକ୍ଷକତା, ନିଶା ସହିତ୍ୟକତା । ଓଡ଼ିଆ ଭାଷାର ଛାତ୍ର ଓ ଶିକ୍ଷକ ଜୀବନ ହିଁ ତାଙ୍କ ହାତରେ ଧରେଇ ଦିଏ କଲମ, ଲେଖାଇ ଦିଏ ଆପଣାଛାଏଁ କିଛି ସୃଜନ । ଏଯାବତ ତାଙ୍କ ଦ୍ୱାରା ପ୍ରକାଶିତ ପୁସ୍ତକ ହେଉଛି : ଆଲୋଚନା ଗୁଚ୍ଛ (ସମାଲୋଚକ ପୁସ୍ତକ) ଓ ସ୍ଵୟଂସିଦ୍ଧା (କବିତା ପୁସ୍ତକ) । ଏକାଧାରରେ ସେ ମାନବବାଦୀ, ଭାବୁକ, କବି, ଗାଳ୍ପିକ, ପ୍ରାବନ୍ଧିକ ଓ ସମାଲୋଚକ ।ହିନ୍ଦୀ, ଇଂରାଜୀ ଓ ଓଡ଼ିଆ ତିନୋଟି ଭାଷାରେ ତାଙ୍କର କଲମ ଶାଣିତ । ଅନେକ କବିତା ଜାତୀୟ ଏବଂ ଆନ୍ତର୍ଜାତୀୟ ପତ୍ରପତ୍ରିକା ତଥା ସମ୍ବାଦପତ୍ରରେ ପ୍ରକାଶିତ । ଏଥିପାଇଁ ମଧ୍ୟ ତାଙ୍କୁ ମିଳିଛି ଅନେକ ପ୍ରଶଂସା ପ୍ରଶସ୍ତି ।