ଭଗବାନ ସାହୁ

ଭଲକି ଆଖି ବୁଲାଇଆଣ
ସେ ବିଭିଷିକା ଭିତରେ
ହୁଏତ କେହିଜଣେ ତୁମର
ପୁଅ, ପୁତୁରା, ବାପା, ଭାଇ କି
ସ୍ଵାମୀ, ଶ୍ଵଶୁର ଥାଇପାରନ୍ତି ।

ଅନୁଭବ କର ସେଇ ମୁହୁର୍ତ୍ତକୁ,
ମାତ୍ର ଛ’ଦିନରେ କେମିତି
ଗୁଳି କରି ଛଡ଼େଇ ନେଇ ହୁଏ
ସାତଜନ୍ମ ପାଇଁ ଦେଖିଥିବା ସ୍ଵପ୍ନ,
ନଅ ବର୍ଷ ପିଲାର ଓଠରୁ ହସ ଛଡ଼େଇ
କେମିତି ବେକରେ ଛନ୍ଦି ଦେଇହୁଏ
ଖଇ କଉଡ଼ିର ନାଗଫାଶ ଆଉ
ଅଠେଇଶ ପରିବାରର ସୁଖ, ସ୍ଵପ୍ନକୁ
ଧର୍ମ ନାଆଁରେ ନିଲାମ କରି
କେମିତି ଖୁସି ମନେଇପାରେ ଗୋଟେ
ଭୀରୁ ଜହ୍ଲାଦ ନୃଶଂସ ସମ୍ପ୍ରଦାୟ…

ଇଶ୍ଵର ଓ ଧର୍ମ ନିରପେକ୍ଷତାର
ଦ୍ୱାହି ଦେଇ କେତେଦିନ ଆଉ ବରଦାସ୍ତ
କରିଚାଲିଥିବା ଆମ ନିରୀହପଣକୁ ?
ବରଂ ଆସ ସେଇ ତ୍ରିରଙ୍ଗା ତଳେ
ଧୂଳିକଣା ପରି ନିଜକୁ ଶୁଆଇ
ତାଙ୍କରି ଭାଷାରେ ତାଙ୍କୁ ହିଁ ବୁଝାଇଦେବା
ବନ୍ଧୁଟିଏ ବନ୍ଧୁକ ଧରିଲେ
କେତେ ଭୟଙ୍କର ହୋଇପାରେ ପରିଣାମ ।

ବାଲିପାଟଣା, ଖୋର୍ଦ୍ଧା

ଲେଖକ ପରିଚୟ

୧୯୮୨ରୁ ମୋ ଲେଖାଲେଖି ଆରମ୍ଭ ହୋଇଥିଲା । ଏଯାବତ ୪ ଗୋଟି କବିତା ସଂକଳନ, ଗୋଟିଏ ଗଳ୍ପ ସଂକଳନ, ଗୋଟିଏ କଥା କାହାଣୀ ପ୍ରକାଶିତ ହୋଇଛି । ଏତଦବ୍ୟତୀତ ସମ୍ପାଦନା, ପ୍ରକାଶକ, ସମାଜ ସେବୀ, ପରିବେଶ ଓ ମଠ ମନ୍ଦିରର ସୁରକ୍ଷା, ଟ୍ରଷ୍ଟି  ଓ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ମୁଁ ସକ୍ରିୟ ରହିଛି ।

Related Posts

Leave a Reply

Your email address will not be published. Required fields are marked *