ପଞ୍ଚଧାର ସାହିତ୍ୟ ସଂସଦ ପକ୍ଷରୁ ‘ଗାନ୍ଧୀ ମହାତ୍ମା’ ପ୍ରସଙ୍ଗରେ ଆଲୋଚନା

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନ ସମୟରେ ଲୋକଙ୍କର ଦାରିଦ୍ରତାର ଚିତ୍ର ବ୍ୟଥିତ କରିଥିବା ବେଳେ ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ, ସତ୍ୟବାଦୀ ବନବିଦ୍ୟାଳୟ ତାଙ୍କୁ ପ୍ରେରଣା ଯୋଗାଇଥିଲା । ସେହିପରି ଗାନ୍ଧୀଜୀ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ସଭା ସମିତି କରି ସ୍ଵାଧୀନତା ଆନ୍ଦୋଳନରେ ସାମିଲ ହେବାପାଇଁ ଲୋକଙ୍କୁ ଅନୁପ୍ରାଣିତ କରିପାରିଥିଲେ । ଆଠମଲ୍ଲିକର ମାଟିର ବାମୁରଠାରେ ସେ ରାତ୍ରିଯାପନ କରିବା ଆମ ପାଇଁ ଗର୍ବର ବିଷୟ । ଗାନ୍ଧିଜୀ ଜଣେ ଯୋଗଜନ୍ମା ମହାପୁରୁଷ ଏବଂ ତାଙ୍କର ନୀତି ଆଦର୍ଶ, ନିଶା ନିବାରଣ, ଜୈବିକ ଚାଷ ଓ ସ୍ଵଚ୍ଛତାର ବାର୍ତ୍ତା ଆଜି ପ୍ରାସଙ୍ଗିକତା ହୋଇପଡିଛି ବୋଲି ଆଠମଲ୍ଲିକର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ପଞ୍ଚଧାର ସାହିତ୍ୟ ସଂସଦର ଆଲୋଚନା ଚକ୍ରରେ ମତ ପ୍ରକାଶ ପାଇଛି ।
ସ୍ଥାନୀୟ ସୂଚନା କେନ୍ଦ୍ରଠାରେ ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ତଥା ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଅବସରରେ ପଞ୍ଚଧାର ସାହିତ୍ୟ ସଂସଦ ପକ୍ଷରୁ ‘ଗାନ୍ଧୀ ମହାତ୍ମା’ ପ୍ରସଙ୍ଗରେ ଅନୁଷ୍ଠିତ ଆଲୋଚନା ଚକ୍ରରେ ଇଂ. ରମେଶ ଚନ୍ଦ୍ର ଦାସ ସଭାପତିlତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବରେ ସହକାରୀ ଜିଲ୍ଲାପାଳ କୁଳମଣି ଦଳେଇ ଓ ମୁଖ୍ୟବକ୍ତା ଭାବରେ ଅବସରପ୍ରାପ୍ତ ଶିକ୍ଷକ ଗିରିଜା ଶଙ୍କର ରଥ ଯୋଗଦେଇଥିଲେ । ସଂସଦର ସମ୍ପାଦକ ଇଂ. ଆଭାସ କୁମାର କ୍ଷେତୀ କାର୍ଯ୍ୟକ୍ରମକୁ ସଂଯୋଜନା କରି ଗାନ୍ଧିଜୀଙ୍କ ସାମ୍ବାଦିକତା ଉପରେ ଆଲୋଚନାକରି ଲେଖା ଓ ସାମ୍ବାଦିକତା ମାଧ୍ୟମରେ ଉଚ୍ଚ ବିଚାର, ଚରିତ୍ର ନିର୍ମାଣର ସୂତ୍ର, ସଚେତନତା ଓ ଅଖଣ୍ଡତାର ମହାନ ଚିତ୍ର ସୃଷ୍ଟିକାରୀ ଲୋକଙ୍କୁ ଏକଜୁଟ କରିପାରିଥିଲେ ବୋଲି କହିଥିଲେ । ଅଧ୍ୟାପକ ବିବେକାନନ୍ଦ ବେହେରା ମହାତ୍ମା ଗାନ୍ଧୀଙ୍କ ଜୀବନରୁ ଶିକ୍ଷାଗ୍ରହଣ କରି ସମାଜକୁ ଆଗେଇ ନେଇ ପାରିଲେ ଗାନ୍ଧୀ ମହାତ୍ମାଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ହୋଇପାରିବ ମତପ୍ରକାଶ କରିଥିଲେ । ପଇଁଚକୂଳ ମହାବିଦ୍ୟାଳୟର ଅଧ୍ୟକ୍ଷା କଳ୍ପନା ମହାନ୍ତି, ଶିକ୍ଷକ ସଦାଶିବ ଦଳବେହେରା ଓ ଜ୍ଞାନେନ୍ଦ୍ର ଭୋଇ ଗାନ୍ଧିଜୀଙ୍କ ଜୀବନ ଆଦର୍ଶ ସମ୍ପର୍କରେ ଆଲୋକପାତ କରିଥିଲେ । କଣ୍ଠଶିଳ୍ପୀ ବିଭୂତି ରଥ, ମନ୍ମଥ ଭୁରଭୁରି ଓ କଳିଙ୍ଗ ବେହେରାମାଳି ଦେଶାତ୍ମବୋଧ ସଙ୍ଗୀତ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓକିଲ ସଂଘ ସମ୍ପାଦକ ବିନାୟକ ଗୋଦୁକା, ମନୋଜ ମିଶ୍ର, ଜୟକୁମାର ମିଶ୍ର, ଆଶିଷ ସିଂହ, ଉଦିପ୍ତ ପୁରୋହିତ ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ସଂଗ୍ରାମ କେଶରୀ ମିଶ୍ର, ଶିଳ୍ପୀ ମାନସ କର୍ଣ୍ଣ, ରଣଜିତ ରଣା, ବିପିନ ନାଏକ ପ୍ରମୁଖ ସହଯୋଗ କରିଥିଲେ । ସାମ୍ବାଦିକ ସୁଧାଂଶୁ ଗାଇଗରିଆ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *