‘ଜୀବନ ଏକ ନଦୀ’ ଉନ୍ମୋଚିତ

ବିଜୟାନନ୍ଦ ସିଂହଙ୍କ ୪ର୍ଥ ଗଳ୍ପ ସଙ୍କଳନ
‘ଜୀବନ ଏକ ନାଟକ ଅପେକ୍ଷା ଜୀବନ ଏକ ନଦୀ କହିବା ଅଧିକ ପ୍ରାସଙ୍ଗିକ’

ଭୁବନେଶ୍ୱର: ପ୍ରଫେସର ବିଜୟାନନ୍ଦ ସିଂହଙ୍କ ୪ର୍ଥ ଗଳ୍ପ ସଙ୍କଳନ ‘ଜୀବନ ଏକ ନଦୀ’ ଉନ୍ମୋଚିତ ହୋଇଛି । କଟକ ଆୟକର ଭବନ ସମ୍ମିଳନୀ କକ୍ଷରେ ‘ସ୍ୱାକ୍ଷର’ ଅନୁଷ୍ଠାନ ଓ ଓଡି଼ଶା ବୁକ୍‍ ଷ୍ଟୋର ପକ୍ଷରୁ ବୁଧବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ପୁସ୍ତକ ଉନ୍ମୋଚିତ ହୋଇଛି ।
ଆୟକର ବିଭାଗର ମୁଖ୍ୟ ଆୟୁକ୍ତ ମନୋରଞ୍ଜନ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜୀବନ ଏକ ନାଟକ ଅପେକ୍ଷା ଜୀବନ ଏକ ନଦୀ କହିବା ଅଧିକ ପ୍ରାସଙ୍ଗିକ ବୋଲି ଶ୍ରୀ ପାଣିଗ୍ରାହୀ କହିଥିଲେ । ବିଶିଷ୍ଟ ସାହିତ୍ୟ ସମାଲୋଚକ ପ୍ରଫେସର ଦାଶରଥୀ ଦାସ ଉତ୍ସବରେ ଅଧ୍ୟକ୍ଷତା କରି କହିଲେ, ଜୀବନ ସହିତ ସମ୍ପର୍କ ସ୍ଥାପନ ନହେଲେ ଗଳ୍ପ ଲେଖିବା ସମ୍ଭବ ନୁହେଁ ।
କଥାକାର ଦେବବ୍ରତ ମଦନରାୟ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ଓଡ଼ିଆ କଥା ସାହିତ୍ୟ ପ୍ରତି ଦେବବ୍ରତ ମଦନରାୟଙ୍କ ଅବଦାନକୁ ସମ୍ମାନ ଜଣାଇ ‘ସ୍ୱାକ୍ଷର’ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରଫେସର ସିଂହ ଲେଖକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ । ଡ. ଚିନ୍ମୟ କୁମାର ବେହେରା ଗଳ୍ପ ପୁସ୍ତକ ସମୀକ୍ଷା କରିଥିଲେ । ଡ. ସାରଦା ପ୍ରସାଦ ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ ଓ ଅଧ୍ୟାପକ କମଳ ମାହୁନ୍ତ ଧନ୍ୟବାଦ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *