ଛବିରାମ ସେଠୀ

ଉତ୍କଳ ମାଟିରେ ଜନ୍ମ ନେଇଥିଲେ
ଓଡ଼ିଆ ସନ୍ତାନ ବୀର
ଅମରେ ଆଜି ଜୟଗାନ ତବ
ଉତ୍କଳ ଦିବସ ସ୍ଵର ।(୧)

ଉତ୍କଳ ମାଟିର ପୂରୁବ ଗୌରବ
ମଧୁସୂଦନଙ୍କ ନାମ
ଫକୀରମୋହନ, ଗୋପବନ୍ଧୁ ଦାସ
ଉତ୍କଳର ମହାମାନ୍ୟ ।(୨)

ଗୈାରୀଶଙ୍କର, ରାମକୃଷ୍ଣ ଦାସ
ଗଜପତି କୃଷ୍ଣଚନ୍ଦ୍ର
ଓଡ଼ିଆ ସାହିତ୍ୟ ଉତ୍କଳ ମାଟିର
ହରେକୃଷ୍ଣ ମହତାବ ।(୩)

ବୀର ପ୍ରସବିନୀ ଉତ୍କଳର ପୁତ୍ର
ଓଡ଼ିଶା ପ୍ରଦେଶ ପାଇଁ
ଓଡ଼ିଆ ଭାଷାର ସମ୍ମିଳନୀ କଲେ
ଉତ୍କଳ ସମାଜ ପାଇଁ ।(୪)

ଇଂରେଜମାନଙ୍କ ଶାସନ କଳରେ
ଓଡ଼ିଆକୁ କରେ ବୋକା
ଉତ୍କଳ ସମାଜ ଗଢିଲେ ଓଡ଼ିଆ
ଇଂରେଜକୁ ବଡ଼ ଶିକ୍ଷା । (୫)

ଭାରତ ବର୍ଷରେ ଚାରିଧାମେ ଅଟେ
ସ୍ଵତନ୍ତ୍ର ଓଡ଼ିଶା ଭୂଇଁ
ଜଗନ୍ନାଥ ନାମେ ଉତ୍କଳର ଆମେ
ରହିଛି ଓଡ଼ିଆଙ୍କ ପାଇଁ ।(୬)

ଓଡ଼ିଆମାନଙ୍କ ପଖାଳ କଂସାରେ
ଗାଇବା ଉତ୍କଳ ଗାଥା
ଆଗାମୀ ଦିନରେ ଭାରତବର୍ଷରେ
ହୋଇବ ରାଷ୍ଟ୍ରୀୟ ଭାଷା ।(୭)

ଆଜିର ଦିନରେ ଶପଥ କରିବା
ଭାଷା ସଂସ୍କୃତିରେ ଥାଇ
ଓଡ଼ିଆ ଭାଷାକୁ ପ୍ରାଧାନ୍ୟ ରଖିବା
ମାତୃଭୂମି ଯଶ ପାଇଁ ।(୮)

ବାରଙ୍ଗ, କଟକ, ମୋ – ୯୮୬୧୬୦୬୧୪୮

ଲେଖକ ପରିଚୟ

ପିଲାଦିନୁ ରେଡ଼ିଓ ଶୁଣିବାକୁ ଭଲପାଏ । ସାହିତ୍ୟ ପ୍ରତି ଆଗ୍ରହ ବଢାଇଲା ୨୦୧୯ ମସିହା କରୋନା ସମୟ ଯାହାକି ମଣିଷ ଜୀବନ ପ୍ରତି ଥିଲା ଏକ ସତର୍କ ଘଣ୍ଟି । ଏହି ତାଲାବନ୍ଦ ସମୟର ମୂଲ୍ୟ ବୁଝିବାକୁ ଯାଇ ଅନୁଭୂତିର ଏକ କବିତା ଆରମ୍ଭ କରିଥିଲି, ଯାହା ପାଇଁ ଆଜି ନିଜେ ମୁଁ ଗର୍ବିତ । କବିତା ମୋର ପେସା ନୁହେଁ କେବଳ ନିଶା । କ’ଣ ଲେଖେ ମୁଁ କିଛି ଜାଣିପାରେ ନାହିଁ, ସବୁ ସେହି ଲୀଳାମୟଙ୍କ ଇଛା ।

Related Posts

Leave a Reply

Your email address will not be published. Required fields are marked *