ସଂକଳ୍ପରେ ଯିବା ରାମଚଣ୍ଡୀ ବୁଲି

ଛବିରାମ ସେଠୀ

ଚାହିଁ ବସିଥିଲୁ ଯିବା ପାଇଁ ବୁଲି
ରାମଚଣ୍ଡୀ ବେଳାଭୂମି
ସଂକଳ୍ପରେ ଆଜି ଏକାଠି ହୋଇଛୁ
ନୂତନବର୍ଷରେ ଝୁମି ।(୧)

ପ୍ରଭୁ ଗଣେଶୂର ପ୍ରଥମେ ପ୍ରଣାମ
ନବଜ୍ୟୋତି ଦିଅ ଭରି
ଦିପ୍ତିରଞ୍ଜନରେ ସବିତାର ତୀରେ
ଶୁଭ ପ୍ରଭାତରେ ଝରି ।(୨)

ଶୁଭ୍ର ବସନରେ ମା’ସନ୍ତୋଷିନୀ
ସରୋଜରେ ଆସେ ଫୁଟି
ଅଜୟର ଜୟ ଅନୀଳ ଓ ଜୋସ୍ନା
ମିଳି ରୋସନୀର ଭେଟି ।(୩)

ରୋଜାଲିନ୍ ଭଳି ଚିନ୍ମୟ ପ୍ରଶାନ୍ତ
ସତ୍ୟ ସନାତନ ଧର୍ମେ
ସଚ୍ଚିଦାନନ୍ଦଙ୍କ ସନ୍ତୋଷ ପ୍ରେମରେ
ସବ୍ୟସାଚୀ ଏକା କର୍ମେ ।(୪)

ଆହେ ଜଗଦୀଶ ପ୍ରଭୁ ରାମଚନ୍ଦ୍ର
ବ୍ରହ୍ମା ବିଷ୍ଣୁ ମହେଶ୍ୱର
ତୁମେ ଯେ ଅକ୍ଷୟ ସୂୟ° ଘନଶ୍ୟାମ
ପ୍ରାଣକୃଷ୍ଣ ବିପ୍ରବର ।(୪)

ହେ ବର୍ଣ୍ଣ ଭାରତୀ ମା ସରସ୍ବତୀ
ନନ୍ଦିନୀ କୋଳରେ ରହି
ଅସୀମ ସାଗରେ ସ୍ନୁତିର ଉହାଡ଼େ
ଲୋକନାଥ ନାମ ଗାଇ ।(୫)

ସଖା ସହୋଦର ବାବା ଧନେଶ୍ୱର
ଜିତେନ୍ଦ୍ରିୟ ନାମେ ଖ୍ୟାତ
ସଦାଶିବଙ୍କର ଅପୂର୍ବ ଶକ୍ତିରେ
ଭକ୍ତଙ୍କର ଆତଯାତ ।(୬)

ଶରଧା ବାଲିର ମନୋରମ ଦୃଶ୍ୟ
ସକାଳର ମନୋଲୋଭା
ସଞ୍ଜୟ ପ୍ରୀତିର ପ୍ରଦୋଷରେ ନୀର
ଜଗନ୍ନାଥ ପ୍ରଭୁ ଶୋଭା ।(୬)

କୋଣାର୍କର କୀର୍ତ୍ତି ଉତ୍କଳର ଛବି
ବିଶୁ ମହାରଣା ନାମେ
ସୟଦ୍ ଅଲ୍ଲୀଙ୍କ ଭକ୍ତିର ସାଗରେ
ଜଗନ୍ନାଥ ପ୍ରଭୁ ଧାମେ ।(୭)

ଆସ ଆମେ ସବୁ ଏକାଠି ବୁଲିବା
ପୁରୀ ମହୋଦଧି କୋଳେ
ରାମଚଣ୍ଡୀ ଠାରେ ନାଚିବା ଗାଇବା
ଝୁମିବାରେ ଖୁସି ମେଳେ ।(୮)

ଅଭାବ ହେବନି ଖାଇବା ପିଇବା
ଲକ୍ଷ୍ମୀ ମା’ଛନ୍ତି ଚାହିଁ
ମନ ହରଷରେ ଶୀତ ଲହରୀରେ
ଭିଜିଯିବା ଖୁସି ହୋଇ ।(୯)

ଏତିକି ଗୁହାରି ବିଭୁ ପାଦତଳେ
ଆଶିଷ ଦିଅନ୍ତୁ ଭରି
ଚକା ନୟନରେ ଟିକେ ଚାହିଁ ଦେଲେ
ଅମୃତ ପଡ଼ିବ ଝରି ।(୧୦)

ଆନନ୍ଦେ ଫେରିବା ଭୋଜିଭାତ ସାରି
ଆନନ୍ଦରେ ହସିହସି
କର୍ମକ୍ଷେତ୍ରେ ଆସି ଏକାଠି ହୋଇବା
ସଂକଳ୍ପର ନାମେ ଖୁସି ।(୧୪)

ବାରଙ୍ଗ, କଟକ, ମୋ – ୯୮୬୧୬୦୬୧୪୮

ଲେଖକ ପରିଚୟ

ପିଲାଦିନୁ ରେଡ଼ିଓ ଶୁଣିବାକୁ ଭଲପାଏ । ସାହିତ୍ୟ ପ୍ରତି ଆଗ୍ରହ ବଢାଇଲା ୨୦୧୯ ମସିହା କରୋନା ସମୟ ଯାହାକି ମଣିଷ ଜୀବନ ପ୍ରତି ଥିଲା ଏକ ସତର୍କ ଘଣ୍ଟି । ଏହି ତାଲାବନ୍ଦ ସମୟର ମୂଲ୍ୟ ବୁଝିବାକୁ ଯାଇ ଅନୁଭୂତିର ଏକ କବିତା ଆରମ୍ଭ କରିଥିଲି, ଯାହା ପାଇଁ ଆଜି ନିଜେ ମୁଁ ଗର୍ବିତ । କବିତା ମୋର ପେସା ନୁହେଁ କେବଳ ନିଶା । କ’ଣ ଲେଖେ ମୁଁ କିଛି ଜାଣିପାରେ ନାହିଁ, ସବୁ ସେହି ଲୀଳାମୟଙ୍କ ଇଛା ।

Related Posts

Leave a Reply

Your email address will not be published. Required fields are marked *