ଶୁଭ୍ରାଙ୍ଗୀ ପ୍ରିୟବାଦିନୀ

ସମୟ,
ଏକ ଘୂର୍ଣ୍ଣୟମାନ ଗତି
କିନ୍ତୁ ସେ ଚାଲେନି କାହା କଥାରେ ଏଠି,

ସମୟ,
ଘୂରିଚାଲେ ତା’କକ୍ଷ ପଥରେ
ଡରେନାହିଁ ସେ କାହାକୁ ଥରେ,

ସମୟ,
ତା’ଠାରୁ‌ ନାହିଁ ଶକ୍ତିମାନ ଏଠି
ସର୍ବଶକ୍ତିମାନ, ବଳବାନର‌ ପରିଚୟ ଦେଇଥାଏଟି,

ସମୟ,
କାହାର ଦୁଃଖରେ ଭରା,କାହାର ସୁଖରେ ଭରା
ସବୁ ନିଜନିଜ କର୍ମର ପସରା,

ସମୟ,
କିଏ ଏଠି ରାଜା ତ କିଏ ଏଠି ରଙ୍କ
ସେ ହିଁ ନିର୍ଦ୍ଧାରଣ କରେ ସମସ୍ତଙ୍କ ଭାଗ୍ୟ,

ସମୟ,
ଯୁଗେଯୁଗେ ତା’ର ଜୟଗାନ
ସେ ହିଁ କରେ ସବୁର ନିର୍ମାଣ ଓ ନିଧନ,

ସମୟ,
କାହାର ଗର୍ବ ତା’ ଆଗରେ ତୁଚ୍ଛ
ନିମିଷକେ କରିଦିଏ ସିଏ ତାକୁ ଅଯୋଗ୍ୟ,

ସମୟ,
ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ
ସ୍ବସ୍ଥାନେ ରହି ଦିଅନ୍ତି ବିଜୟର‌ ଆଭାସ,
କିନ୍ତୁ ହୋଇଗଲେ ଯୁକ୍ତ
ବିଯୁକ୍ତ ହୋଇ ଦ୍ବିଗୁଣା କରନ୍ତି ଧ୍ୱଂସ

ସାବଧାନ ହେ ମନୁଷ୍ୟ
ଧୈର୍ଯ୍ୟ ରଖ,
ସମୟ ସହିତ ତାଳ ମିଶାଇ
ଚାଲିବା ଶିଖ ।

ଭୁବନେଶ୍ଵର, ମୋବାଇଲ – ୭୦୦୮୧୦୯୯୮୦

ଲେଖକ ପରିଚୟ

ସମୟ ବଢ଼ିବା ସହ ମୋର ଲେଖିବା ପ୍ରତି ଗୋଟେ ଆଗ୍ରହ ସୃଷ୍ଟି ହେଇଛି । ମୁଁ ଦଶମ ପରଠୁ କିଛି କିଛି ଲେଖିବା ଆରମ୍ଭ କରିଛି । ଲେଖିବା ମୋର ଏକ କଳ୍ପନାତିତ ମାନସିକତାର ସୁକ୍ଷ୍ମ ଚିନ୍ତାଧାରା । ଓଡ଼ିଆରୁ ଆରମ୍ଭ କିନ୍ତୁ ଇଂରାଜୀ ଓ ହିନ୍ଦୀରେ ଲେଖିବାକୁ ମୋତେ ପସନ୍ଦ । ବହୁତ ଭଲ ଲାଗେ ନିଜକୁ ସେ କଳ୍ପନାରେ ହଜେଇ ଦେଇ ତା’ ବାସ୍ନାରେ ମୋ କାଗଜକୁ ସଜେଇବା ପାଇଁ ।

Related Posts

Leave a Reply

Your email address will not be published. Required fields are marked *