ଛବିରାମ ସେଠୀ

ଭାରତ ମାତାର ବୀରପୁତ୍ର ତୁମେ
ଗାଇଲେ ମୁକ୍ତିର ମନ୍ତ୍ର
ଓଡ଼ିଆ ବଜାର କଟକେ ଜନ୍ମିଲ
ହୋଇଥିଲ ଶ୍ରେଷ୍ଠ ଛାତ୍ର । (୧)

ଯୁବଶକ୍ତିର ଧ୍ଵଜା ଉଡ଼ାଇଲ
ଦେଶ ସ୍ବାଧୀନତା ପାଇଁ
କଳିଙ୍ଗ ମାଟିକୁ ରଖିଲ ବିଶ୍ବରେ
ଉତ୍ତୁଙ୍ଗ ଶିଖରେ ନେଇ ।(୨)

ଇଂରେଜମାନଙ୍କୁ ତଡ଼ିଥିଲ ଦେଶୁ
ସାହସୀ ସଂଗ୍ରାମୀ ବୀର
ବଳିଦାନ ପାଇଁ ଅମର ହୋଇଛ
ନାମ ବହି ନେତାଜୀର ।(୩)

ଜନ୍ମ ଦିବସରେ ତୁମ ପାଦ ପଦ୍ମେ
କୋଟିଏ ପ୍ରଣତି ଘେନ
ନେତାଙ୍କର ନେତା ନେତାଜୀ ସୁଭାଷ
ସଂଘର୍ଷର ଅନ୍ୟ ନାମ ।(୪)

ଝଲସୁଛି ଆଜି କଟକ ନଗରେ
ତୁମ ପ୍ରିୟ ଜନ୍ମ ଭୂଇଁ
ସ୍ନରଣ କରୁଛି ବନ ଉପବନ
ଏ ମାଟି ପାହାଡ଼ ନଈ । (୫)

ତୁମ୍ଭେ ଅଟ କୀର୍ତ୍ତି ସ୍ତମ୍ଭ ଦେଶର ଫାଟକ
ନେତାଜୀଙ୍କ ପରିଚୟ ଐତିହ୍ୟ କଟକ ।

ବାରଙ୍ଗ, କଟକ, ମୋ – ୯୮୬୧୬୦୬୧୪୮

ଲେଖକ ପରିଚୟ

ପିଲାଦିନୁ ରେଡ଼ିଓ ଶୁଣିବାକୁ ଭଲପାଏ । ସାହିତ୍ୟ ପ୍ରତି ଆଗ୍ରହ ବଢାଇଲା ୨୦୧୯ ମସିହା କରୋନା ସମୟ ଯାହାକି ମଣିଷ ଜୀବନ ପ୍ରତି ଥିଲା ଏକ ସତର୍କ ଘଣ୍ଟି । ଏହି ତାଲାବନ୍ଦ ସମୟର ମୂଲ୍ୟ ବୁଝିବାକୁ ଯାଇ ଅନୁଭୂତିର ଏକ କବିତା ଆରମ୍ଭ କରିଥିଲି, ଯାହା ପାଇଁ ଆଜି ନିଜେ ମୁଁ ଗର୍ବିତ । କବିତା ମୋର ପେସା ନୁହେଁ କେବଳ ନିଶା । କ’ଣ ଲେଖେ ମୁଁ କିଛି ଜାଣିପାରେ ନାହିଁ, ସବୁ ସେହି ଲୀଳାମୟଙ୍କ ଇଛା ।

Related Posts

Leave a Reply

Your email address will not be published. Required fields are marked *