ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ସ୍ମୃତିସଭା

ଭୁବନେଶ୍ଵର : ବିଶିଷ୍ଟ ନାଟ୍ୟକାର, କଳାକାର, ନିର୍ଦ୍ଦେଶକ ଓ ସୃଜନୀ ଅନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ନାରାୟଣ ଚନ୍ଦ୍ର ରାୟମହାପାତ୍ରଙ୍କ ତୃତୀୟ ପୁଣ୍ୟତିଥି ଅବସରରେ ରାଧା ନାରାୟଣ ଫାଉଣ୍ଡେସନ ପକ୍ଷରୁ ସ୍ମୃତିସଭା ଅନୁଷ୍ଠିତ କରାଯାଇଛି । ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଭୁପିନ୍ଦର ସିଂ ଯୋଗ ଦେଇ କଳା ଓ ସାହିତ୍ୟ କ୍ଷେତ୍ରରେ ଶ୍ରୀ ମହାପାତ୍ରଙ୍କ ଅବଦାନ ପ୍ରଶଂସନୀୟ ବୋଲି କହିଥିଲେ ।

ସେହିପରି ସମ୍ମାନୀୟ ଅତିଥି ଭାବେ ଲେଖକ ରାଧାମୋହନ ମହାପାତ୍ର ସଂସ୍କୃତି କ୍ଷେତ୍ରରେ ତାଙ୍କର ଅସାଧାରଣ ନିଷ୍ଠା ଓ ସାଧନା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ସୃଜନୀର ଉପସଭାପତି ନୃସିଂହ ମହାପାତ୍ର, ପ୍ରସନ୍ନ ରଥ, ପଞ୍ଚମ ବେଦର ସଭାପତି ହରେନ ସାହୁ, ନାଟ୍ୟକାର ଉପେନ୍ଦ୍ର ନାୟକ, ଫାଉଣ୍ଡେସନର ସଭାପତି ମାନସ ରଞ୍ଜନ ରାୟମହାପାତ୍ର ଓ ତପସ୍ୟା ଫାଉଣ୍ଡେସନ ସଭାପତି ତପନ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀ ରାୟମହାପାତ୍ରଙ୍କ ଜୀବନୀ ଉପରେ ଏକ କ୍ଷୁଦ୍ର ଚଳଚ୍ଚିତ୍ର ଓ ଫଟୋ ପ୍ରଦର୍ଶନୀ ଆୟୋଜିତ ହୋଇଥିଲା । ରାଧା ନାରାୟଣ ଫାଉଣ୍ଡେସନ ପକ୍ଷରୁ ସ୍ତମ୍ଭକାର ସିଦ୍ଧାର୍ଥ କାନୁନଗୋ ଓ ଭାଷାବିତ ଦେବାଶିଷ ମହାପାତ୍ରଙ୍କୁ ନାରାୟଣ ସ୍ମୃତି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଟ୍ରଷ୍ଟର ସମ୍ପାଦକ ବିତ୍ତରଞ୍ଜନ ରାୟମହାପାତ୍ର କାର୍ଯକ୍ରମର ବିବରଣୀ ଦେବା ସହ ଟ୍ରଷ୍ଟର ଉପଦେଷ୍ଟା ଜୟାଶିଷ ରାୟ ଓ ସୂର୍ଯ୍ୟନାରାୟଣ ଦାସ ଧନ୍ୟବାଦ ଦେଇଥିଲେ । ରଶ୍ମି ମହାନ୍ତି, ରେଖା ମହାନ୍ତି, ଦୀପ୍ତି ଦାସ, ତୃପ୍ତି ମହାନ୍ତି, ଶଶୀପ୍ରଭା ଦାସ, ପ୍ରଜ୍ଞା ପ୍ରିୟଦର୍ଶନୀ, ଅନିଲ କୁମାର ପଣ୍ଡା ଓ ଅରୁଣ ମଲ୍ଲିକ ସହଯୋଗ କରିଥିଲେ ।

Related Posts

Leave a Reply

Your email address will not be published. Required fields are marked *