ଡ. କିଶୋର ମହାନ୍ତି ପାଇବେ ‘ଝଙ୍କାର ଅନୁବାଦ ଭାରତୀ’ ପୁରସ୍କାର

କଟକ : ଅନୁବାଦ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆକାଶବାଣୀ କଟକ କେନ୍ଦ୍ରର ପ୍ରାକ୍ତନ ବରିଷ୍ଠ କାର୍ଯ୍ୟକ୍ରମ ନିଷ୍ପାଦକ ତଥା ସାହିତ୍ୟିକ ଡ. କିଶୋର ମହାନ୍ତି ‘ଝଙ୍କାର ଅନୁବାଦ ଭାରତୀ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି । ଆସନ୍ତା ୧୪ ତାରିଖରେ ପ୍ରଜାତନ୍ତ୍ର ପରିସରରେ ଆୟୋଜିତ ହେବାକୁ ଥିବା ବିଷୁବ ମିଳନର ବାର୍ଷିକ ସମାବର୍ତ୍ତନ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯିବ ।

ସେହିପରି କଥାକାର ବିଜୟ ନାୟକଙ୍କୁ ଚଳିତ ବର୍ଷର ବିଷୁବ ପୁରସ୍କାର ସହିତ ସାହିତ୍ୟ କ୍ଷେତ୍ରରେ ଅନ୍ୟାନ୍ୟ ବିଭାଗରେ କୃତୀ ସାହିତ୍ୟିକଙ୍କୁ ମଧ୍ୟ ପୁରସ୍କାର ପ୍ରଦାନ କରାଯିବ ।

Related Posts

Leave a Reply

Your email address will not be published. Required fields are marked *