ଡ. ଅନୀଲ ଧୀର ପାଇବେ ‘ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ-୨୦୨୩’

ଭୁବନେଶ୍ୱର : ବିଶିଷ୍ଟ ଗବେଷକ ଡ. ଅନୀଲ ଧୀର ଚଳିତ ବର୍ଷର ‘ଜଗବନ୍ଧୁ ସିଂହ ସ୍ମୃତି ସମ୍ମାନ-୨୦୨୩’ ପାଇବା ପାଇଁ ମନୋନୀତ ହୋଇଛନ୍ତି । ଆସନ୍ତା ଫେବୃୟାରୀ ୧୫ ତାରିଖରେ ନିମପଡ଼ା କଲେଜ ଇତିହାସ ବିଭାଗ ଓ ‘ଜଗବନ୍ଧୁ ସିଂହ ମେମୋରିଆଲ ଟ୍ରଷ୍ଟ’ର ମିଳିତ ଆନୁକୂଲ୍ୟରେ ଆୟୋଜିତ ହେବାକୁ ଥିବା ବିଶିଷ୍ଟ ସାରସ୍ଵତ ସାଧକ ତଥା ଗବେଷକ ଜଗବନ୍ଧୁ ସିଂହଙ୍କ ୧୪୭ତମ ଜୟନ୍ତୀ ଉତ୍ସବ ଅବସରରେ ଡ. ଧୀରଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ପୁରସ୍କାର ବାବଦକୁ ତାଙ୍କୁ ଦଶ ହଜାର ଟଙ୍କା, ଶାଲ, ମାନପତ୍ର ଓ ସ୍ମୃତିଫଳକ ଆଦି ପ୍ରଦାନ କରାଯିବ । ଜଣେ ଉତ୍ସୁକ ଅନୁସନ୍ଧାନକାରୀ ଭାବେ ସମସାମୟିକ ଧାରାରୁ ଅଲଗା ହୋଇ ଭିନ୍ନ ଢଙ୍ଗରେ କାର୍ଯ୍ୟ କରୁଥିବା ଡ. ଧୀରଙ୍କର ଏପର୍ଯ୍ୟନ୍ତ ୧୫ ରୁ ଅଧିକ ଗବେଷଣାମୂଳକ ପୁସ୍ତକ ପ୍ରକାଶିତ ହୋଇଛି । ସେହିଭଳି ଡ। ରମେଶ ମଲ୍ଲିକଙ୍କୁ ‘ଜଗବନ୍ଧୁ ସିଂହ ଯୁବ ଗବେଷକ ସମ୍ମାନ’ ପ୍ରଦାନ କରାଯିବ ବୋଲି ଟ୍ରଷ୍ଟର ଅଧ୍ୟକ୍ଷା ସୁଜାତା ସିଂହ ଜଣାଇଛନ୍ତି । ନିମାପଡ଼ା କଲେଜ ଇତିହାସ ବିଭାଗ ପକ୍ଷରୁ ଏହି ଅବସରରେ ଜଗବନ୍ଧୁ ସିଂହଙ୍କ ଜୀବନୀକୁ ନେଇ ଏକ ସେମିନାର ଆୟୋଜନ କରାଯାଇଛି ।

Related Posts

Leave a Reply

Your email address will not be published. Required fields are marked *