ନୀହାରିକା ମଲ୍ଲିକଙ୍କ ଅନୂଦିତ ଉପନ୍ୟାସ ‘ଧୂସର ଶୈଶବ’ ଉନ୍ମୋଚିତ

ଭୁବନେଶ୍ଵର: ଅଗ୍ରଣୀ ପ୍ରକାଶନୀ ସଂସ୍ଥା “ବ୍ଲାକ ଈଗଲ” ପକ୍ଷରୁ ଅନୁବାଦିକା ନୀହାରିକା ମଲ୍ଲିକଙ୍କ ଅନୁବାଦ ଉପନ୍ୟାସ ‘ଧୂସର ଶୈଶବ’ ଉନ୍ମୋଚିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଲେଖିକା ଆଦ୍ୟାଶା ଦାସ, ବିଶିଷ୍ଟ ଗାଳ୍ପିକ ରବି ପଣ୍ଡା, ଅନୁବାଦକ ସୁଭାଷ ଶତପଥି ପ୍ରମୁଖ ଉପସ୍ଥିତ ରହି ଓଡ଼ିଆ ସାହିତ୍ୟ ଜଗତରେ ଅନୁବାଦ ସାହିତ୍ୟର ଗୁରୁତ୍ଵ ବିଷୟରେ ଆଲୋଚନା କରିଥିଲେ।

ଉନ୍ମୋଚିତ ଅନୂଦିତ ଉପନ୍ୟାସଟି ପ୍ରଖ୍ୟାତ ହିନ୍ଦୀ ସାହିତ୍ୟିକ ଗୋବିନ୍ଦ ମିଶ୍ରଙ୍କର ସରସ୍ଵତୀ ସମ୍ମାନ ପୁରସ୍କାର ପ୍ରାପ୍ତ ହିନ୍ଦୀ ଉପନ୍ୟାସ ‘ଧୂଲ ପୌଧୋ ପର’ର ଓଡ଼ିଆ ଅନୁବାଦ । ଏତଦବ୍ୟତୀତ ଏହି ଉନ୍ମୋଚନ ସମାରୋହରେ ଔପନ୍ୟାସିକା ସ୍ଵର୍ଣ୍ଣଲତା ମହାପାତ୍ର, ସୁପ୍ରିୟା ପଣ୍ଡା ଧର୍ମରାଜ ମାଝୀ, ଅଶୋକ ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ ।

Related Posts

Leave a Reply

Your email address will not be published. Required fields are marked *