ଅରବିନ୍ଦ ମିଶ୍ର

ଶେଷ ଧାଡ଼ି ପାଇଁ ଶବ୍ଦ ନିଅଣ୍ଟ ପଡ଼େ
ଲେଖିବାର ପ୍ରୟାସ ବୃଥା,
ସ୍ଥିର ହେବା ପାଇଁ ଶବ ହେବାକୁ ପଡ଼େ
ଅଭ୍ୟାସ ହିଁ ଜାଣିବାର ପ୍ରଥା,

ତୁମେ ପଢିକି ନପଢି ବି ପାର
ମୁଁ ବୁଝିକି ଅବୁଝା ସାର ।

ସତ ଭୁଲିବାକୁ ମିଛ ପର୍ଯ୍ୟାପ୍ତ ନୁହଁ
ଅତୀତ ଆପଣାର ଗାଥା,
ମନ ପଢିବାକୁ ପ୍ରେମ ସମାପ୍ତ ନୁହଁ
ସମ୍ପର୍କ ଆନନ୍ଦର ବ୍ୟଥା,

ତୁମେ ଜାଣିକି ବି ନଜାଣି ପାର
ମୁଁ ଜାଣିଛି ଆପଣା ପର ।

ନିମାପଡ଼ା, ପୁରୀ, ମୋବାଇଲ – ୯୩୩୮୧୦୬୭୫୮

ଲେଖକ ପରିଚୟ

ଲେଖାଲେଖି ଅଭ୍ୟାସ ମୋର ପିଲାଟିବେଳୁ ଥିଲା, ହେଲେ ସେସବୁକୁ ମୁଁ କେବେ ସାଇତିକି ରଖିନି । ଆଉ ଏବେ ସମୟର ଦାସ ହେଇ ପୁଣି କଲମ ଚାଳନା କରୁଛି । ଗୋଟିଏ ଦୁର୍ଘଟଣା ପରେପରେ ମିଳିଥିବା ଏକ ଦୀର୍ଘ ସମୟକୁ ମୁଁ ଏଇ ଲେଖାଲେଖିରେ ଉପଯୋଗ କରିଦେଇଥିଲି । ସମାଜ ଓ ସାହିତ୍ୟ ଅପେକ୍ଷା ମୋତେ ଜୀବନକୁ ପଢିବାକୁ ଭଲଲାଗେ । ମୋତେ ଲାଗେ, ଯିଏ ଗୋଟିଏ ବି ଜୀବନକୁ ଭଲରୂପେ ପଢିଦେବ ସାରା ବ୍ରହ୍ମାଣ୍ଡର ରହସ୍ୟ ତା ପାଇଁ ଆପେ ଆପେ ଉନ୍ମୁକ୍ତ ହୋଇଯିବ ।

Related Posts

Leave a Reply

Your email address will not be published. Required fields are marked *