ପୁସ୍ତକ ‘ଓଡ଼ିଆ ନାଟ୍ୟକାରଙ୍କ ଦୃଷ୍ଟିରେ ନାରୀ’ ରାଜ୍ୟପାଳଙ୍କ ଦ୍ୱାରା ଲୋକାର୍ପିତ

ଭୁବନେଶ୍ୱର: ଓଡ଼ିଶାର ବିଶିଷ୍ଟ ନାଟ୍ୟ ସାହିତ୍ୟିକା ସବିତା ତ୍ରିପାଠୀଙ୍କର ଅତି ବିଶ୍ଲେଷଣାତ୍ମକ ଓଡ଼ିଆ ପୁସ୍ତକ “ଓଡ଼ିଆ ନାଟ୍ୟକାରଙ୍କ ଦୃଷ୍ଟିରେ ନାରୀ” (୧୮୮୦-୧୯୬୦) ମାନ୍ୟବର ରାଜ୍ୟପାଳ ପ୍ରଫେସର୍ ଗଣେଶୀ ଲାଲଙ୍କ କର କମଳରେ ରାଜଭବନ ପରିସରରେ ଲୋକାର୍ପିତ ହୋଇଯାଇଛି । ଏହି ଅବସରରେ ବିଶିଷ୍ଟ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ, କବି ଶ୍ରୀ ରକ୍ଷକ ନାୟକ, ଭାରତର ବିଖ୍ୟାତ କଳା ଐତିହାସିକ ଦିଲ୍ଲୀପ ତ୍ରିପାଠୀ ଓ ଯୁବ କଳାକାର ଜଗନ୍ନାଥ ରଥ ଉପସ୍ଥିତ ଥିଲେ ।

ଶ୍ରୀମତୀ ତ୍ରିପାଠୀଙ୍କର ଏଇ ଗବେଷଣାତ୍ମକ ପୁସ୍ତକ, ତଥ୍ୟ ସଂଗ୍ରହ, ତଥ୍ୟ ବିଶ୍ଲେଷଣ ଏବଂ ଯୁକ୍ତିସଙ୍ଗତ ତତ୍ତ୍ୱ ପ୍ରଦାନ ଦୃଷ୍ଟିରୁ ଏଇ ଗ୍ରନ୍ଥଟି ଓଡ଼ିଆ ନାଟ୍ୟ ସମାଲୋଚନା କ୍ଷେତ୍ରରେ ଏକ ଅଭୂତ ପୂର୍ବ ଦୃଷ୍ଟାନ୍ତ । ଓଡ଼ିଆ ନାଟକର ଉଷାକାଳରେ ନାରୀ ଚରିତ୍ରର ଚିତ୍ରଣ ସମ୍ପର୍କରେ ଲେଖା ଯାଇଥିବା ଏଇ ସନ୍ଦର୍ଭରେ ପ୍ରତ୍ୟକ୍ଷଧର୍ମୀ ସମାଲୋଚନାର ଦୃଷ୍ଟାନ୍ତ ରହିବ ସହ ପୌରାଣିକ, ଐତିହାସିକ ଓ ସାମାଜିକ ନାଟକର ବର୍ଗୀକରଣ ଭିତରେ ଗବେଷିକା ନାରୀ ଚରିତ୍ରର ଉପସ୍ଥାପନା ସମ୍ପର୍କରେ ନାଟ୍ୟ ସମାଲୋଚନାକୁ ସମୃଦ୍ଧ କରିଛି ବୋଲି ନାଟ୍ୟକାର ଶ୍ରୀ ପାଣିଗ୍ରାହୀ କହିଥିଲେ । ଏହି ପୁସ୍ତକଟି ଭୁବନେଶ୍ୱରର ବିଶ୍ୱମୁକ୍ତି ପବ୍ଲିକେଶନ୍ ତରଫରୁ ପ୍ରକାଶ ପାଇଛି ।

Related Posts

Leave a Reply

Your email address will not be published. Required fields are marked *